Sat. Mar 7th, 2026
171 Views

ନୀଳଗିରି  : ବାଲେଶ୍ୱର ଜିଲ୍ଲା ନୀଳଗିରି ସହରର ଘାଟଘରସାହି ଅଞ୍ଚଳରୁ ଆଜି ୩୨ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଏହି ଘଟଣାରେ ପୁଲିସ୍‌ ଜଣଙ୍କୁ ଗିରଫ କରିଛି। ତାଙ୍କ ନାଁ ମୁନା ନାଥ। ଜବତ ହୋଇଥିବା ବ୍ରାଉନସୁଗରର ଆନୁମୂଲିକ ମୂଲ୍ୟ ସାଢ଼େ ତିନି ଲକ୍ଷରୁ ଊର୍ଦ୍ଧ୍ୱ ହେବ।

ମୁନା ବ୍ରାଉନସୁଗର କାରବାର କରୁଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଆଜି ହଠାତ୍‌ ଗୁଇନ୍ଦା ବିଭାଗର ଏକ ଟିମ୍‌ ତାଙ୍କ ଘରେ ଚଢ଼ଉ କରି ୩୨ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା। ମୁନା ଜଳେଶ୍ୱର ଅଞ୍ଚଳରୁ ବ୍ରାଉନ଼ସୁଗର ଆଣି ନୀଳଗିରି ଅଞ୍ଚଳରେ ବିକ୍ରି କରୁଥିବା ଜଣେ ଅବକାରୀ ଅଧିକାରୀ କହିଛନ୍ତି । ମୁନାଙ୍କ ଘର ନୀଳଗିରି ଅବକାରୀ କାର୍ଯ୍ୟାଳୟରୁ ମାତ୍ର ଏକ କିଲୋମିଟର ଭିତରେ ହେବ।

By amfnews

Related Post