Fri. Nov 22nd, 2024

ମୁଣ୍ଡବିହୀନ ମୃତଦେହର ପରିଚୟ ପାଉନି ପୋଲିସ, ଓଡିଆ ପରେ ହିନ୍ଦୀରେ ଲାଗିଲା ପୋଷ୍ଟର

By amfnews Feb 7, 2021 #Featured
194 Views

ଭୁବନେଶ୍ବର, ଫେବୃଆରୀ ୦୭ : ଚନ୍ଦକା ଦାସପୁର ରାସ୍ତାକଡରୁ ଉଦ୍ଧାର ହୋଇଥିବା ମୁଣ୍ଡବିହୀନ ମହିଳାଙ୍କ ମୃତଦେହର ପରିଚୟ ପାଇପାରୁନି ପୋଲିସ  । ଗତକାଲି ମୃତ ମହିଳାଙ୍କ ଚିହ୍ନଟ ପାଇଁ ଓଡ଼ିଆରେ ପୋଷ୍ଟର ଜାରି କରିବା ପରେ ହିନ୍ଦୀରେ ପୋଷ୍ଟର ଲଗାଯାଇଛି  ।

ପୋଷ୍ଟରରେ ମହିଳାଙ୍କ ଶାରୀରିକ ଗଠନ ଓ ଅନ୍ୟାନ୍ୟ ଚିହ୍ନ ସଂପର୍କରେ ତଥ୍ୟ ଦିଆଯାଇଛି । ମହିଳାଙ୍କ ବୟସ ୩୦ରୁ ୩୫ ଓ ଡାହାଣ ହାତରେ ତ୍ରିଶୁଳ ଚିତା ରହିଛି । ମହିଳାଙ୍କ ଉଚ୍ଚତା ୫ ଫୁଟ ୩ ଇଞ୍ଚ ରହିଥିବା ପୋଷ୍ଟରରେ ଉଲ୍ଲେଖ ହୋଇଛି ।

ମହିଳାଙ୍କ ସଂପର୍କରେ ପରିଚୟ ପ୍ରଦାନ ପାଇଁ ୨ଟି ନମ୍ବର ମଧ୍ୟ ଦିଆଯାଇଛି । ମୃତ ମହିଳାଙ୍କ ସଠିକ ପରିଚୟ ଦେବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବା ସହ ତାଙ୍କୁ ଉପଯୁକ୍ତ ଭାବେ ପୁରସ୍କୃତ କରାଯିବ । ଗତକାଲି ପରିଚୟ ଦେଲେ ପଚାଶ ହଜାର ଟଙ୍କା ପୁରସ୍କାର ଦିଆଯିବ ଘୋଷଣା କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଗତକାଲି ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଥିଲା ଯେ ତାଙ୍କୁ ପ୍ରଥମେ ଗଳା ଚିପି ହତ୍ୟା କରାଯିବା ପରେ ଦୁର୍ବୃତ୍ତମାନେ ମୁଣ୍ଡ କାଟି ଦେଇଛନ୍ତି  । ଏହାପରେ ମଧ୍ୟ ମାମଲା ଜଟିଳ ରହିଥିବାରୁ ପୋଲିସ ଏମ୍ସରେ ମୃତଦେହର ପୁନଃବ୍ୟବଚ୍ଛେଦ କରିବ ବୋଲି ସୂଚନା ମିଳିଛି  ।

By amfnews

Related Post