Fri. Mar 6th, 2026

ମୁଣ୍ଡଗଣ୍ଡି ଅଲଗା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

260 Views

କରଞ୍ଜିଆ  : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ପାଟୁଳିଡିହି ଗାଁରେ ଜଣେ ବିଧବା ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମହିଳାଙ୍କ କଟାମୁଣ୍ଡ ବିଲରୁ ଉଦ୍ଧାର କରାଯାଇଥିବା ବେଳେ ମହିଳାଙ୍କ ବାକି ଶରୀର ନିଜ ଘର ପାଖରେ ପଡ଼ିଛି। ମହିଳା ନାଁ ଜିରା ମଣି ସାହୁ।

ଆଜି ମହିଳାଙ୍କ ମୁଣ୍ଡ ବିଲରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।  ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ମହିଳା ଜଣଙ୍କ ଏକୁଟିଆ  ରହୁଥିଲେ। ତାଙ୍କ ସ୍ୱାମୀ ତିନି ମାସ  ତଳେ ମରି ଯାଇଥିଲେ। ତାଙ୍କର କୌଣସି ଛୁଆ ନଥିଲା। ମହିଳା ଜଣଙ୍କ ଦ୍ୱିତୀୟ ବିବାହ କରିଥିଲେ।

By amfnews

Related Post