Sat. Mar 7th, 2026

ମୁଣ୍ଡଗଣ୍ଡି ଅଲଗା ଅବସ୍ଥାରେ ଭାରତୀୟ ସେନା ଅଧିକାରୀଙ୍କ ମୃତଦେହ ଉଦ୍ଧାର

205 Views

ନୂଆଦିଲ୍ଲୀ  : ଦିଲ୍ଲୀ ରେଲୱେ ଷ୍ଟେସନ ଟ୍ରାକ୍‌ରୁ ଜଣେ ଭାରତୀୟ ସେନା ଅଧିକାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୁଣ୍ଡଗଣ୍ଡି ଅଲଗା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଅଧିକାରୀଙ୍କ ନାଁ କ୍ୟାପଟନ୍‌ ଡାକ୍ତର ଦିବାକର ପୁରୀ। ତାଙ୍କ ଘର ଦିଲ୍ଲୀର ରୋହିଣୀ ଅଞ୍ଚଳରେ। ବୟସ ୨୬ ବର୍ଷ।

ସେ ସେନାର ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଥିଲେ। ତାଙ୍କୁ କେହି ସନ୍ଦିଗ୍ଧ ହତ୍ୟା କରି ଫୋପାଡ଼ି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

କ୍ୟାପଟନ୍ ଦିବାକରଙ୍କ ପୋଷ୍ଟିଂ  ଦିଲ୍ଲୀରେ ହୋଇଥିଲା। ସେ ଶ୍ରମଜୀବୀ ଏକ୍ସପ୍ରେସରେ ଲକ୍ଷ୍ନୌରୁ ଦିଲ୍ଲୀ ଆସୁଥିଲେ।ଦିଲ୍ଲୀ ରେଲୱେ ଷ୍ଟେସନ ଟ୍ରାକ୍‌ରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଦିଲ୍ଲୀ ପୁଲିସ୍‌ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

By amfnews

Related Post