Sat. Apr 19th, 2025

ମୁଖ୍ୟମନ୍ତ୍ରୀଙ୍କୁ ଆକୃଷ୍ଟ କଲା ସପ୍ତଧାରା, ଟ୍ୱିଟରରେ ପୋଷ୍ଟ ପରେ ଭାଇରାଲ୍‌

By amfnews Nov 26, 2019 #Featured
161 Views

ମାଲକାନଗିରି : ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଟ୍ବିଟର୍‌ରେ ପୋଷ୍ଟ କରିଥିବା ଗୋଟିଏ ଫଟୋକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା। ଏହି ଫଟୋକୁ ପୋଷ୍ଟ କରିବା ସହ ମୁଖ୍ୟମନ୍ତ୍ରୀ କିଛି ପ୍ରଶ୍ନ କରିଥିଲେ। ଯେମିତି ଏହି ସୌନ୍ଦର୍ଯ୍ୟଭରା ଦୃଶ୍ୟଟି କେଉଁଠିକାର। କେହି ଯଦି ଜାଣିଥିବେ ତେବେ ଏହାର ଉତ୍ତର ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ। ପୁଣି ଉଲ୍ଲେଖ କରିଥିଲେ ଯେ, ସେ ଓଡ଼ିଶାର କୋଣ ଅନୁକୋଣ ବୁଲିଛନ୍ତି। କିନ୍ତୁ ଏଭଳି ମନୋଲଭା ଏବଂ ଏତେ ସୁନ୍ଦର ଦୃଶ୍ୟ କେବେ ପୂର୍ବରୁ ଦେଖିନଥିଲି।

ଫଟୋ ସହ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଶ୍ନ କିଛି ଘଣ୍ଟା ମଧ୍ୟରେ ଭାଇରାଲ ହୋଇଥିଲା। ଲୋକେ ବି ଏନେଇ ପ୍ରତିକ୍ରିୟା ରଖିବା ଆରମ୍ଭ କରିଥିଲେ। ତେବେ କିଛି ଘଣ୍ଟା ମଧ୍ୟରେ ହିଁ ମୁଖ୍ୟମନ୍ତ୍ରୀ ପଚାରିଥିବା ସବୁ ପ୍ରଶ୍ନର ଉତ୍ତର ମିଳିଯାଇଛି। ଉକ୍ତ ଫଟୋଟି ମାଲକାନଗିରି ଜିଲ୍ଲାର ବୋଲି ସ୍ପଷ୍ଟ ହୋଇଛି। ପ୍ରକୃତି ଦ୍ବାରା ସୃଷ୍ଟି ଗୋବିନ୍ଦପାଲ୍ଲୀ ନିକଟସ୍ଥ ସପ୍ତଧାରା ନଦୀର ବୋଲି ଜଣାପଡ଼ିଛି। ସପ୍ତଧାରା ନଦୀ କୂଳରେ ଯାଇଥିବା ନୂତନ ରାସ୍ତା ଏହି ଫଟୋରେ ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍ ପରେ ମାଓ ଅଧ୍ୟୁଷିତ ଅଞ୍ଚଳର ସପ୍ତଧାରା ପୂରା ଦେଶର ପ୍ରକୃତିପ୍ରେମୀଙ୍କ ଧ୍ୟାନ ଆକର୍ଷଣ କରିଛି। ଗୋବିନ୍ଦପାଲ୍ଲୀ-ଜୟପୁର ରାସ୍ତାରେ ଏହି ସପ୍ତଧାରା ନଦୀ ପଟେ। ବୈପାରିଗୁଡା ଠାରୁ ୨୨ କିଲୋମିଟର ଦୂରରେ ବୋହି ଯାଇଥିବାବେଳେ ଗୋବିନ୍ଦପାଲ୍ଲୀ ଠାରୁ ମାତ୍ର ୮ କିଲୋମିଟର ଦୂରରେ ରହିଛି ଏହି ନଦୀ। ଆଗକୁ ଜିଲ୍ଲା ସମେତ ଜିଲ୍ଲା ବାହାରୁ ବହୁ ଲୋକ ଏଠାକୁ ଆସିବେ ବୋଲି ମତ ପ୍ରକାଶ ପାଇଛି।

By amfnews

Related Post