Sat. Nov 23rd, 2024

ମୁକ୍ତିପଦ ନନ୍ଦିଙ୍କ ଏକକ ଚିତ୍ର କଳା ପ୍ରର୍ଦଶନୀ

By amfnews Dec 3, 2018 #Featured
422 Views

ଭୁବନେଶ୍ଵର, ଡିସେମ୍ବର.୦୩: ଓଡ଼ିଶା ମଡ଼ର୍ନ ଆର୍ଟ ଗ୍ୟାଲେରୀରେ ଆୟୋଜିତ ଯୁବଶିଳ୍ପୀ ମୁକ୍ତି ପାଦ ନନ୍ଦିଙ୍କ ଏକକ ଚିତ୍ରକଳା ପ୍ରର୍ଦଶନୀଟିକୁ ପୁର୍ବତନ ରାଷ୍ଟ୍ରଦୂତ, କବି ତଥା କଳାପ୍ରେମୀ ଶ୍ରୀ ଅବସର ବେଉରୀୟା ଉଦ୍ଘାଟନ କରିଥିଲେ । ଶ୍ରୀ ନନ୍ଦିଙ୍କ ଦ୍ୱାରା ଅଙ୍କିତ ୨୦ଟି ଚିତ୍ର ପ୍ରର୍ଦଶିତ ହୋଇଛି । ଏଥିରେ ପ୍ରକୃତିର ପରିସ୍ଥିତିକୁ ଶିଳ୍ପି ରଙ୍ଗ ଓ ତୁଳୀ ଦ୍ୱାରା କାନଭାସରେ ରୂପ ଦେଇଛନ୍ତି ।

ଉଚ୍ଚକୋଟିର ରଙ୍ଗ ବିନ୍ୟାସ ଦ୍ୱାରା ବର୍ତ୍ତମାନ ବା ସମସାମୟିକ ଚିତ୍ରର ଭାଷାକୁ ଛବି ମାଧ୍ୟମରେ ଉପସ୍ଥାପନା କରିଛନ୍ତି । ଏଥି ସହିତ ଆଧୂନିକ ଚିତ୍ରକଳା ଶୈଳୀ ରେ ରାଧାକୃଷ୍ଣଙ୍କର ଭାବବିନିମୟ ଏବଂ ଇଶ୍ୱର ଚେତନାର ଏକ ସୁକ୍ଷ୍ମ ଭାବାବେଗ ପରିବେଶ ଭିତରକୁ ଚିତ୍ରପ୍ରେମି ମାନଙ୍କୁ ଆକର୍ଷିତ କରୁଛି । ଶ୍ରୀ ନନ୍ଦ ରାଜ୍ୟ ଓ ଜାତୀୟ ସ୍ତରରେ ସରକାରୀ ଓ ବେସରକାରୀ ବିଭିନ୍ନ ଅନୁଷ୍ଠାନ ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଓ ସମ୍ମାନିତ ହୋଇଛନ୍ତି ।

ରାଜ୍ୟ ଓ ରାଜ୍ୟ ବାହାରେ ଶତାଧିକ ଚିତ୍ର ପ୍ରଦର୍ଶନୀରେ ଭାଗ ନେଇ ଉଚ୍ଚପ୍ରଶସିଂତ ହୋଇଛନ୍ତି । ଉଦ୍ ଘାଟନି ଉତ୍ସବରେ ବହୁ ବରିଷ୍ଠ ଓ ଯୁବ ଚିତ୍ରଶିଳ୍ପୀ ଉନସ୍ଥିତ ରହି ଶିଳ୍ପି ଶ୍ରୀ ନନ୍ଦିଙ୍କୁ ଉତ୍ସାହିତ କରିଥିଲେ । ଏହି ପଦର୍ଶନୀଟି ଚଳିତ ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଗ୍ୟାଲେରୀରେ ପ୍ରତିଷ୍ଠାତା ତାରାକାନ୍ତ ପରିଡ଼ା ଜଣାଇଛନ୍ତି ।

ଏହି ପର୍ଦଶନୀକୁ ବହୁ ସଂଖ୍ୟକ ଚିତ୍ର ଶିଳ୍ପୀ, କଳା ପ୍ରେମୀ, କବି, ଲେଖକ ଓ ସାମ୍ବାଦିକ ଦେଖିବା ସହ ଉଚ୍ଚ ପ୍ରସଂଶା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ପ୍ରମୋଦ ମହାନ୍ତି, ବରିଷ୍ଟ ଚିତ୍ରଶିଳ୍ପି, ପ୍ରଶାନ୍ତ ପଟ୍ଟନାୟକ, ବରିଷ୍ଟ ସାମ୍ବାଦିକ, ଶ୍ରୀ ନବିନ କୁମାର ପରିଡ଼ା, ପୁର୍ବତନ ଅଧକ୍ଷ, ଉତ୍କଳ ସଂଗିତ ମହାବିଦ୍ୟାଳୟ ,ଶ୍ରୀ ରତିକାନ୍ତ ପଣ୍ଡା, ଓ ସୁଚିସ୍ମିତା ପ୍ରମୁଖ ମୁକ୍ତିପଦଙ୍କ ଚିତ୍ରକଳାକୁ ପ୍ରସଂଶା କରିଥିଲେ ।

By amfnews

Related Post