Mon. Jan 13th, 2025

ମୁକାବିଲା କରିବା ପାଇଁ କଂଗ୍ରେସ ପାଖରେ ଦମ୍ ନାହିଁ ତେଣୁ ମୋ ମାଙ୍କୁ ଗାଳି ଦେଉଛି ଦଳ: ନରେନ୍ଦ୍ର ମୋଦୀ

By amfnews Nov 24, 2018 #Featured
169 Views

ନୂଆଦିଲ୍ଲୀ, ନଭେମ୍ବର ୨୪ : ମଧ୍ୟପ୍ରଦେଶରେ ଏବେ ନିର୍ବାଚନ ପ୍ରଚାର ପାଇଁ ଆଉ ଜମା ତିନି ଦିନ ବାକି ରହିଛି । ଏମିତିରେ ଆଜି ବିଜେପି ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିର୍ବାଚନ ପ୍ରଚାରରେ ଓହ୍ଲାଇ ଦେଇଛନ୍ତି । ମୋଦୀ ପ୍ରଥମ ଏହାର ଆରମ୍ଭ ଛତରପୁରରେ କରିଛନ୍ତି । ସେ ପ୍ରଥମେ କଂଗ୍ରେସ ନେତା ରାଜ ବବରଙ୍କ ବୟାନର ପାଲଟା ଆକ୍ରମଣ କରି କହିଛନ୍ତି କି, ସେହି ଦଳର ଲୋକମାନେ ମୋଦୀଙ୍କ ମାଙ୍କୁ ଗାଳି ଦେଉଛନ୍ତି । ତାଙ୍କ ମାଙ୍କୁ ବଦନାମ କରୁଛନ୍ତି । ଯେଉଁ ମାକୁ ରାଜନୀତିର ର ଅକ୍ଷରର ଅର୍ଥ ଜଣା ନାହିଁ, ତାଙ୍କୁ ରାଜନୀତିରେ ଟଣା ଯାଉଛି । କଂଗ୍ରେସର ଲୋକମାନଙ୍କ ପାଖରେ ମୋଦୀଙ୍କ ବିରୁଦ୍ଧରେ ଲଢିବା ପାଇଁ ସାହାସ ନାହିଁ । ତାଙ୍କ ମଧ୍ୟରେ ଅହଙ୍କାର ଏବଂ କୁସଂସ୍କାର ଭରି ରହିଛି । 

ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବରୁ କଂଗ୍ରେସ ନେତା ରାଜ ବବର ଟଙ୍କାର ଦାମ୍ ଡଲାର ତୁଳନାରେ କମିବା କାରଣରୁ ସେ ପ୍ରଧାନମନ୍ତ୍ରୀଙ୍କ ବୟସ ଏବଂ ତାଙ୍କ ମାଙ୍କ ବୟସ ସହ ଏହାର ତୁଳନା କରିଥିଲେ । ମୋଦୀ ପୁଣି କହିଛନ୍ତି କି, ନିର୍ବାଚନର ଦିନ ଯେତିକି ପାଖେଇ ଆସୁଛି ବିଜେପି ମଧ୍ୟରେ ସେତିକି ଅଧିକ ଉତ୍ସାହ ଜାଗ୍ରତ ହେଉଛି । କଂଗ୍ରେସର ରାଜନୀତି, ଜାତିବାଦ, ଭାଇ ଭଉଣୀବାଦ, ନିଜ ପର, ଏବଂ ଭାଗବଂଟାକୁ ବିଜେପି ଘୃଣା କରେ ।

ମୋଦୀ ଛତରପୁର ଏବଂ ଆଖପାଖ ଅଂଚଳରେ ମଧ୍ୟ ସରକାରଙ୍କର ଉପଲବ୍ଧି ବିଷୟରେ ବଖାଣିଛନ୍ତି । ସେ କହିଛନ୍ତି କି, ମଧ୍ୟପ୍ରଦେଶରେ ଦେଢ ଲକ୍ଷ ହେକ୍ଟର ଜମିରେ ସିଂଚନ ବ୍ୟବସ୍ଥା କରା ଯାଇଛି । ଛତ୍ରସଲ ୟୁନିଭରସିଟି ଆଜି ସମ୍ପୂର୍ଣ୍ଣ ଦେଶରେ ନାମ ଅର୍ଜନ କରିଛି । ଏହା ଶିବରାଜ ସରକାର ଦ୍ୱାରା ସଫଳ ହୋଇ ପାରିଛି । ଶିବରାଜ ବେଆଇନ ଭାବରେ ଅକ୍ତିଆର କରି ରଖିଥିବା ପୋଖରୀରୁ କଟକନା ହଟାଇ ଥିଲେ, ଯାହା ଫଳରେ ପାଣି ସମସ୍ୟା ଦୂର ହୋଇ ପାରିବ । ମୋଦୀ ନିଜ ଭାଷଣ ଦିଗବିଜୟଙ୍କ ଠାରୁ ଆରମ୍ଭ କରି ଜ୍ୟୋତିରାଦିତ୍ୟଙ୍କ ପର୍ଯ୍ୟନ୍ତ ଆକ୍ରମଣ କରିଛନ୍ତି । ସେ କହିଛନ୍ତି କି, ପ୍ରଦେଶରେ ଯେଉଁ ସବୁ ଉନ୍ନତି ହୋଇଛି ତାହା ରାଜା ମହାରାଜାଙ୍କ ଦ୍ୱାରା ନୁହେଁ ବରଂ ଶିବରାଜଙ୍କ ଦ୍ୱାରା ହୋଇଛି । ସେ ଏହି ସମୟରେ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ବକ୍ସି ନଥିଲେ ।

By amfnews

Related Post