Sat. Jun 7th, 2025

#ମି ଠୁ: ସିନ୍‌ଟା ନୋଟିସ୍‌ର ଜବାବ୍‌ ଦେଲେ ଆଲୋକନାଥ; ଅଦାଲତ ନିର୍ଦ୍ଦେଶ ଆସିବା ଯାଏଁ ଅପେକ୍ଷା କରିବାକୁ କହିଲେ

By amfnews Oct 20, 2018
332 Views

ମୁମ୍ବାଇ: ସିନେ ଆର୍ଟିଷ୍ଟ ଆସୋସିଏସନ୍‌(ସିନ୍‌ଟା)ପକ୍ଷରୁ ଯୌନ ନିର୍ଯାତନା ଅଭିଯୋଗ ଆସିଥିବା ବଲିଉଡ୍‌ କଳାକାରଙ୍କୁ ନୋଟିସ୍‌ ଜାରି କରାଯାଉଛି। ଗତକାଲି ତନୁଶ୍ରୀ ଦତ୍ତାଙ୍କ ଅଭିଯୋଗ ନେଇ ନାନା ପଟେକରଙ୍କ ପାଖକୁ ନୋଟିସ୍‌ ପଠାଇଥିଲା ସିନ୍‌ଟା। ନାନା ତନୁଶ୍ରୀଙ୍କ ଅଭିଯୋଗକୁ ପୁଣିଥରେ ମିଥ୍ୟା ବୋଲି ନୋଟିସ୍‌ର ଜବାବରେ କହିଛନ୍ତି। ଅନ୍ୟପକ୍ଷରେ ସିନ୍‌ଟା ନୋଟିସ୍‌ର ଉତ୍ତର ଦେଇନଥିବା ବରିଷ୍ଠ ଅଭିନେତା ଆଲୋକନାଥ ଶୁକ୍ରବାର ଜବାବରେ କହିଛନ୍ତି ଯେ ଯେହେତୁ ମାମଲା ଅଦାଲତରେ ଅଛି ତେଣୁ ଏ ବ୍ୟାପରରେ ଅଦାଲତଙ୍କ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ତାଙ୍କୁ ସଦସ୍ୟତାରୁ ବହିଷ୍କୃତ କରା ନ ଯାଉ।

ଉଲ୍ଲେଖଯୋଗ୍ୟ କି ଜଣାଶୁଣା ଫିଲ୍ମ ଓ ଟିଭି କଳାକାର ଆଲୋକନାଥ ୧୯ ବର୍ଷ ପୂର୍ବରୁ ତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ଲେଖିକା-ପ୍ରଯୋଜିକା ବିନ୍‌ତା ନନ୍ଦା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ପରେ ଆଲୋକନାଥଙ୍କ ବିରୋଧରେ ଆଉ କେତେ ଜଣ ଅଭିନେତ୍ରୀ ଓ ମହିଳା ଟେକ୍‌ନିସିଆନ୍‌ ମଧ୍ୟ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ।

ତେବେ ସିନ୍‌ଟା ପକ୍ଷରୁ କୁହାଯାଇଛି କି ଯେଉଁ କଳାକାରମାନେ ଇଣ୍ଡଷ୍ଟ୍ରିର ମହିଳାମାନଙ୍କ ପ୍ରତି ଏଭଳି ଆଚରଣ କରିବା ପ୍ରମାଣିତ ହେବ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

By amfnews

Related Post