222 Views
ତିରୁଅନନ୍ତପୁରମ, ଅକ୍ଟୋବର ୨୯ : ଲୋକପ୍ରିୟ ଆଙ୍କର ଏବଂ ସବରୀମାଳା କାର୍ଯ୍ୟକର୍ତା ରାହୁଲ ଇଶ୍ୱରଙ୍କ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ ଆସିଛି । ଏହି ଅଭିଯୋଗ ସୋସିଆଲ ମିଡିଆର କାର୍ଯ୍ୟକର୍ତା ଇନଜୀ ପେନ୍ନୁ ଆଣିଛନ୍ତି । ସେ ଫେସବୁକ ପୋଷ୍ଟ ଜରିଆରେ ସମ୍ପୂର୍ଣ୍ଣ ଘଟଣା କହିଛନ୍ତି । ପେନ୍ନୁ ଲେଖିଛନ୍ତି କି, ତାଙ୍କର ଜଣେ ବନ୍ଧୁ ଯିଏକି ଜଣେ କଳାକାର ମଧ୍ୟ ତାଙ୍କୁ ମାତ୍ର ୧୮ ବର୍ଷ ବୟସରେ ରାହୁଲ ଯୌନ ଶୋଷଣ କରିଥିଲେ ।
ପେନ୍ନୁ କହିଛନ୍ତି କି ପୀଡିତାଙ୍କୁ ରାହୁଲ ବହୁ ଥର ନିଜ ଫ୍ଲାଟକୁ ଡାକିଥିଲେ ଏବଂ କହିଥିଲେ କି ତାଙ୍କ ସହ ତାଙ୍କ ମା ଅଛନ୍ତି କିନ୍ତୁ ସେଠାରେ ସେ ଏକା ଥିଲେ । ପୀଡିତା ସେଠାରେ ପହଂଚିବା ପରେ ରାହୁଲ ତାଙ୍କୁ ଚୁମ୍ବନ କରିବାକୁ ଚେଷ୍ଟା କରିଥିଲେ । ଏହା ପରେ ପୀଡିତା ସେଠାରୁ ଭୟକରି ପଳାୟନ କରିଥିଲେ । ସେ ସେଠାରୁ ଆସିବା ପରେ ସୋସିଆଲ ମିଡିଆରେ ଏହି ମାମଲା ବିଷୟରେ କହିଥିଲେ । ସେହି ସମୟରେ ସୋସିଆଲ ମିଡିଆ କାର୍ଯ୍ୟକର୍ତା କହିଛନ୍ତି କି ସେ ପୀଡିତାଙ୍କ ସହ ଅଛନ୍ତି ।
ତେବେ ରାହୁଲଙ୍କ ବିରୁଦ୍ଧରେ ଅଭିଯୋଗ ଆସିବା ପରେ ୟୁଜର୍ସମାନେ ତାଙ୍କୁ ସମାଲୋଚନା କରିଛନ୍ତି । ବହୁତ ଲୋକଙ୍କ କହିବା ଅନୁଯାୟୀ ସେ ଅୟପ୍ପା ଭଗବାନଙ୍କ ପାଇଁ ଲଢିବାକୁ ଯୋଗ୍ୟ ନୁହଁନ୍ତି । କାରଣ ସବରୀମାଳାର ଭଗବାନ ପବିତ୍ର ଏବଂ ଦିବ୍ୟ । ସେହି ସମୟରେ ସୁନୀତା କହିଛନ୍ତି କି ସେ ଏହି ମାମଲାରେ ଯବାବ ନଦେବା ପର୍ଯ୍ୟନ୍ତ ସବରୀମାଳା ମନ୍ଦିର ବିଷୟରେ ହସ୍ତକ୍ଷେପ କରି ପାରିବେ ନାହିଁ ।