Sat. Mar 7th, 2026

‘ମି ଠୁ’ ଅଭିଯାନରେ ସାମିଲ୍‌ ହୋଇ କି ମତ ରଖିଲେ ବଲିଉଡର ସିରିଅଲ୍‌ କିସର୍‌ ?

343 Views

ମୁମ୍ବାଇ: ବଲିଉଡର ସିରିଅଲ୍‌ କିସର୍‌ ଭାବେ ବେଶ୍‌ ପରିଚିତ ଇମ୍ରାନ୍‌ ହାସମୀ । ଏବେ ଚହଳ ପକାଇଥିବା ‘ମି ଠୁ’ ଅଭିଯାନରେ ସାମିଲ୍‌ ହୋଇ ନିଜର ସ୍ପଷ୍ଟ ମତ ରଖିଛନ୍ତି। ସେ ସୋସିଆଲ୍‌ ମିଡିଆ ଜରିଆରେ ସୂଚନା ଦେଇଛନ୍ତି ଯେ ପ୍ରଡକ୍ସନ୍‌ ହାଉସ ମହିଳାମାନଙ୍କୁ ସୁଟିଂ ସେଟ୍‌ରେ ସୁରକ୍ଷା ଦେବା ଲାଗି ନୂଆ ନିୟମ କରିବା ଦରକାର ଓ ଏହାକୁ କଡାକଡି ଭାବେ ଲାଗୁ କରାଯିବା ଉଚିତ।

ଇମ୍ରାନ୍‌ ହାସମୀ କହିଛନ୍ତି ଯେ ବଲିଉଡରେ ଯୌନ ଶୋଷଣକୁ କଦାପି ବରଦାସ୍ତ କରାଯିବା ଉଚିତ ନୁହେଁ। ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଥିପାଇଁ ଗାଇଡଲାଇନ୍‌ସ ରହିବା ନିହାତି ଆବଶ୍ୟକ। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପ୍ରଯୋଜନା ସଂସ୍ଥା ଇମ୍ରାନ୍‌ ହାସମୀ ଫିଲ୍ମସ୍‌ ମହିଳାମାନଙ୍କର ବିଶେଷ ଧ୍ୟାନ ରଖିଥାଏ। ଯଦି କୌଣସି ମହିଳାଙ୍କ ସହିତ ସେଭଳି କିଛି ଅଘଟଣ ଘଟେ,ତେବେ ଆଇନ୍‌ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଆଯିବ।

ଏହା ଏକ ଶୁଭାରମ୍ଭ ମାତ୍ର। ଏହାର ଶୁଭାରମ୍ଭ ତ କୌଣସି ସ୍ଥାନରୁ ଆରମ୍ଭ ହେବାର କଥା,ତାହା ସେ କହିଛନ୍ତି ବୋଲି ଇମ୍ରାନ୍‌ ସୂଚନା ଦେଇଛନ୍ତି।
ଇମ୍ରାନ ହାସମୀ କହିଛନ୍ତି ଯେ ‘ମି ଠୁ’ ଅଭିଯାନ ବହୁ ଦଶକ ଆଗରୁ ଆରମ୍ଭ ହେବାର ଥିଲା। ପାଶ୍ଚ୍ୟାତ୍ୟ ଦେଶରେ ଏହାର ଶୁଭାରମ୍ଭ ଗତ ବର୍ଷ ହୋଇଛି ଓ ପ୍ରତି ଘଣ୍ଟାରେ ମହିଳାମାନେ ନିଜ ଉପରେ ଘଥିବା ଯୌନ ଶୋଷଣର ଖୁଲାସା କରିଛନ୍ତି।

By amfnews

Related Post