164 Views
ନୂଆଦିଲ୍ଲୀ, ଡିସେମ୍ବର ୦୬ : ଅଗସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକାପ୍ଟର ଘୋଟାଲା ଅଭିଯୋଗରେ କ୍ରିଶ୍ଚିୟତ ମିସେଲଙ୍କ ଓକିଲ ଭାବରେ ଉପସ୍ଥାପନ କରୁଥିବା ଅଲଜୋ ଜୋଶେଫଙ୍କୁ ଯୁବ କଂଗ୍ରେସ ଦଳରୁ ବହିଷ୍କାର କରା ଯାଇଛି । ଏହା ପୂର୍ବରୁ ଜୋଶେଫ ଭାରତୀୟ ଯୁବ କଂଗ୍ରେସର ଆଇନ ବିଭାଗ ଅଧିକାରୀ ଥିଲେ ।
ଅଖିଳ ଭାରତୀୟ କଂଗ୍ରେସ କମିଟିର ସଂଯୁକ୍ତ ସଚିବ ଏବଂ ଯୁବ କଂଗ୍ରେସର ଅଧିକାରୀ କୃଷ୍ଣା ଅଲ୍ଲାବଋୁ କହିଛନ୍ତି କି, ଜୋଶେଫ ନିଜ ଇଛାରେ ଓକିଲ ଭାବରେ ଉପସ୍ଥିତ ହୋଇଛନ୍ତି । ତେଣୁ ତାଙ୍କୁ ଦଳରୁ ବହିଷ୍କାର କରା ଯାଇଛି । ମିସେଲଙ୍କୁ ସଂଯୁକ୍ତ ଅରବ ଅମୀରାତଠାରୁ ପ୍ରତ୍ୟାର୍ପଣ କରାଇ ମଙ୍ଗଳବାର ଦିନ ଭାରତ ଅଣା ଯାଇଥିଲା । ଅଗସ୍ତା ୱେଷ୍ଟଲ୍ୟାଣ୍ଡକୁ ଠିକା ଦେବା ଏବଂ ଭାରତୀୟ ଅଧିକାରୀଙ୍କୁ ବେଆଇନି କମିଶନ ଏବଂ ଲାଂଚ ଦେବାକୁ ନେଇ୨୦୧୨ରେ ମିସେଲଙ୍କ ବିରୁଦ୍ଧରେ ଅଭିଯୋଗ ଆସିଥିଲା ।