Tue. May 20th, 2025

‘ମିଷ୍ଟର କହ୍ନେୟା’ର ପୋଷ୍ଟର ବିବାଦରେ ପ୍ରଯୋଜକ ସୀତାରାମ ଅଗ୍ରୱାଲଙ୍କୁ ନୋଟିସ !

By amfnews Aug 20, 2019 #Featured
213 Views

ଭୁବନେଶ୍ୱର  :  ପପୁ ପମପମଙ୍କ ଆଗାମୀ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟର ବିବାଦରେ ଆଜି ଭୁବନେଶ୍ବରର ମହିଳ ଥାନା ପକ୍ଷରୁ ପ୍ରଯୋଜକ ସୀତାରାମ ଅଗ୍ରୱାଲଙ୍କୁ ନୋଟିସ ଜାରି କରାଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ ବିବାଦୀୟ ପୋଷ୍ଟର ଖବର ପ୍ରସାରଣ ପରେ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି ଭୁବନେଶ୍ୱର ମହିଳା ଥାନା ସମେତ ମହିଳା କମିସନରେ ଅଭଯୋଗ କରିଥିଲେ। ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି ଏଭଳି ବିବାଦୀୟ ପୋଷ୍ଟରକୁ ତୀବ୍ର ନିନ୍ଦା କରିଥିଲେ। ପୋଷ୍ଟରରେ ମହିଳାଙ୍କୁ ଅପମାନ କରାଯାଇଥିବା ଅଭିଯୋଗ ହୋଇଥିଲା।

ପୂର୍ବରୁ ପ୍ରଯୋଜନା ସଂସ୍ଥାକୁ ନୋଟିସ୍‌ ହେବ ବୋଲି କହିଥିଲେ ଭୁବନେଶ୍ୱର ଡିସିପି। ସୋସିଆଲ ମିଡିଆରେ କିଏ ଏହି ପୋଷ୍ଟରକୁ ପୋଷ୍ଟ କରିଛନ୍ତି ସେ ନେଇ ତଦନ୍ତ ହେବ ବୋଲି କହିଥିଲେ ଡିସିପି ଅନୁପ ସାହୁ। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ସୂଚନା ଦେଇଥିଲେ।

ଏହି ପୋଷ୍ଟରକୁ ନେଇ ବିବାଦ ପରେ ସୋସିଆଲ ମିଡିଆରେ ମିଷ୍ଟର କହ୍ନେୟାର ପ୍ରଯୋଜନା ସଂସ୍ଥା ସାର୍ଥକ ମୁଜିକ ପକ୍ଷରୁ ଏଭଳି କୌଣସି ପୋଷ୍ଟର କରାଯାଇନଥିବା ଏଥିରେ କୁହାଯାଇଥିଲା। ଏପରିକି ଭାଇରାଲ ହେଉଥିବା ପୋଷ୍ଟରର ଥିମ୍‌ ଓ ଫିଲ୍ମର ଥିମ ସଂପୂର୍ଣ୍ଣ ଭିନ୍ନ ବୋଲି କୁହାଯାଇଥିଲା। ପୋଷ୍ଟରରେ ୭ଜଣ ଝିଅଙ୍କୁ ଦେଖାଯାଉଥିବା ବେଳେ ଫିଲ୍ମରେ ପପୁ କରିଥିବା ଚରିତ୍ର କେବଳ ଜଣେ ଝିଅ ସହ ପ୍ରେମରେ ପଡିଥିବା ସଫେଇ ଦିଆଯାଇଥିଲା। ଏପରିକି ଫିଲ୍ମର ମୁଖ୍ୟ ଚରିତ୍ର ଭିତରେ ମହିଳାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି। ତେଣୁ ଭାଇରାଲ ହେଉଥିବା ପୋଷ୍ଟରକୁ ଧ୍ୟାନ ନଦେବା ପାଇଁ ଅପିଲ କରିଥିଲା ପ୍ରଯୋଜନା ସଂସ୍ଥା।

By amfnews

Related Post