132 Views
ରାଉରକେଲା, ୧୮/୭ : ଛେଣ୍ଡସ୍ଥିତ ହନୁମାନ ମନ୍ଦିର ପଛପଟ ଅଞ୍ଚଳରେ ବହୁ ଅଳିଆ ଆବର୍ଜନା ପଡ଼ି ଅପରିଷ୍କାର ହୋଇଥିଲା । ସ୍ଥାନୀୟ ଲୋକେ ଆରଏମସି ପାଖରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏହି ଅଞ୍ଚଳକୁ ସଫା କରାଯାଉନଥିଲା । ଦୀର୍ଘବର୍ଷ ଧରି ମନ୍ଦିର ପଛପଟ ସ୍ଥାନଟିକୁ ସଫା କରାଯାଉ ନଥିବାରୁ ଏଠାରେ ବିଭିନ୍ନ ଅନାବନା ଗଛଉଠି ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିଲା ।
ଏହାକୁ ମିଶନ ରାଉରକେଲା ପକ୍ଷରୁ ସଫେଇ କରାଯାଇଥିଲା । ଏଥିରେ ମିଶନର ସଭାପତି ବାବୁ ଖାନ, ଆଶିଷ ସିଂ, ସଂଗ୍ରାମ ନାୟକ, ସରୋଜ ନନ୍ଦ, ପ୍ରଜ୍ଞାନ, ନିରଞ୍ଜନ, ସୌରଭ, ଅଭିଳାଷ, ଟୁକୁନା, ସୌମ୍ୟ, ଅନିରୁଦ୍ଧ, ବାପିନ,ବିଜୟ ଲକ୍ଷ୍ମୀଙ୍କ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।