Fri. Mar 6th, 2026

#ମିଠୁ ଅଭିଯାନରେ ସାମିଲ୍‌ ହେଲା ପୁରୁଷଙ୍କ ନାମ; ନିଜ ସହ ଘଟିଥିବା ଯୌନ ଶୋଷଣର କାହାଣୀ ବଖାଣିଲେ ଏହି ଅଭିନେତା

236 Views

ମୁମ୍ବାଇ: ବର୍ତ୍ତମାନ ଚାଲିଥିବା #ମିଠୁ ଅଭିଯାନରେ ମହିଳାଙ୍କ ପରେ ଏବେ ସାମିଲ୍‌ ହୋଇଛି ପୁରୁଷଙ୍କ କାହାଣୀ। ବଲିଉଡ୍‌ ଅଭିନେତା ସକିବ୍‌ ସଲିମ୍‌ ନିଜର ଏକ #ମିଠୁ ମୁହୂର୍ତ୍ତ ସଂପର୍କରେ କହିଛନ୍ତି। ‘ରେସ୍‌୩’ ଚଳଚ୍ଚିତ୍ରରେ ସଲମାନଙ୍କ ଭାଇ ଭୂମିକା ନିଭାଇଥିବା ସକିବ୍‌ଙ୍କୁ ଯେତେବେଳେ ୨୧ ବର୍ଷ ହୋଇଥିଲା ସେ ସେହି ସମୟରେ କିପରି ଭାବେ ଯୌନ ଶୋଷଣର ଶିକାର ହୋଇଥିଲେ ଜଣାଇଛନ୍ତି।

ଦିନ୍ଦୁସ୍ତାନ ଟାଇମ୍‌ସରେ ଏକ ସାକ୍ଷାତେ୍‌କାରରେ ସକିବ କହିଛନ୍ତି କି ସେ ମଧ୍ୟ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ସେ କହନ୍ତି ‘ମୁଁ କାହା ନାମ ନେବାକୁ ଚାହୁଁନାହିଁ। ଯେତେବେଳେ ମୁଁ ଅଭିନେତାର ଯାତ୍ରା ଆରମ୍ଭ କଲି ସେତେବେଳେ ମୋ ବୟସ ମାତ୍ର ୨୧ ବର୍ଷ। ଜଣେ ବ୍ୟକ୍ତି ଥିଲେ ଯିଏକି ମୋନେ ନିର୍ଯାନତା ଦେବାକୁ ଉଦ୍ୟମ କରିଥିଲେ। ସେ ତାଙ୍କ ହାତକୁ ମୋ ପ୍ୟାଣ୍ଟ୍‌ରେ ପୂରାଇବାକୁ ଚେଷ୍ଟା କରିଥିଲେ।

ସେ କହିଛନ୍ତି କି ସେ ସମୟରେ ସେ ଉକ୍ତ ବ୍ୟକ୍ତିଙ୍କୁ ଗାଳି ଦେଇ ସେ ସ୍ଥାନ ପରିତ୍ୟାଗ କରିଥିଲେ। ସେ କହିଛନ୍ତି କି ଏହା ମୋୋତ ଭୟଭୀତ କରିଥିଲା ବୋଲି ମଧ୍ୟ ସେ ଜଣାଇଛନ୍ତି। ମାତ୍ର ପରେ ସେ ଆଗକୁ ବଢ଼ିବାର ନିଷ୍ପତ୍ତି ନେଇ ତାହାକୁ ଭୁଲି ଯାଇଥିଲେ।

By amfnews

Related Post