Fri. Mar 6th, 2026

ମିଗ୍‌-୨୯ ପ୍ରଶିକ୍ଷଣ ବିମାନ ଆରବ ସାଗରରେ ଦୁର୍ଘଟଣାଗ୍ରସ୍ତ: ଜଣେ ପାଇଲଟ୍‌ ଉଦ୍ଧାର, ଅନ୍ୟଜଣଙ୍କୁ ଖୋଜା ଚାଲିଛି

248 Views

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ତାଲିମ ନିମନ୍ତେ ଉଦ୍ଦିଷ୍ଟ ଏକ ‘ମିଗ୍‌-୨୯କେ’ ବିମାନ ଆରବ ସାଗରରେ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ଶୁକ୍ରବାର ଦିନ ଭାରତୀୟ ନୌସେନା କହିଛି।

ଏହି ବିମାନରେ ଥିବା ଜଣେ ପାଇଲଟ୍‌ଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଗତ ସନ୍ଧ୍ୟାରୁ ନିଖୋଜ ହୋଇ ଯାଇଥିବା ଦ୍ୱିତୀୟ ପାଇଲଟ୍‌ଙ୍କ ଲାଗି ତଲାସ ଅଭିଯାନ ଆରମ୍ଭ ହୋଇଛି।

ଆକାଶ ଓ ସାମୁଦ୍ରିକ ୟୁନିଟ୍‌ ତଲାସ ଅଭିଯାନ ଚଳାଇଛନ୍ତି ବୋଲି ଭାରତୀୟ ନୌସେନା କହିଛି। ଏହାଛଡ଼ା, ତାଲିମ୍‌ରେ ବ୍ୟବହୃତ ‘ମିଗ୍‌-୨୯କେ’ ବିମାନ ଦୁର୍ଘଟଣାର ତଦନ୍ତ ଲାଗି ଆଦେଶ ମଧ୍ୟ ଦିଆଯାଇଛି।

Image Courtesy of Zee News

ଏକ ବିବୃତିରେ ଭାରତୀୟ ନୌସେନା କହିଛି, ୨୦୨୦ ନଭେମ୍ବର ୨୬ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ବେଳେ ସମୁଦ୍ର ଉପରେ ଉଡ଼ାଣ କରାଯାଉଥିବା ତାଲିମ ନିମନ୍ତେ ଉଦ୍ଦିଷ୍ଟ ଏକ ‘ମିଗ୍‌-୨୯କେ’ ବିମାନ ଖସିପଡ଼ିଥିଲା। ଜଣେ ପାଇଲଟ୍‌ଙ୍କୁ ଉଦ୍ଧାର କରାଯାଇଛି। ଦ୍ୱିତୀୟ ପାଇଲଟ୍‌ଙ୍କ ଲାଗି ଆକାଶ ଓ ସାମୁଦ୍ରିକ ୟୁନିଟ୍‌ ତଲାସ ଅଭିଯାନ ଚଳାଇଛନ୍ତି। ଦୁର୍ଘଟଣାର ତଦନ୍ତ ଲାଗି ଆଦେଶ ଦିଆଯାଇଛି।

ମିଗ୍‌-୨୯ ବିମାନ ବିମାନବାହୀ ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ’ରୁ ଚଳାଚଳ କରେ। ନିକଟରେ ଶେଷ ହୋଇଥିବା ମାଲାବାର ସମରାଭ୍ୟାସରେ ମିଗ୍‌-୨୯ ବିମାନ ସବୁ ଉତ୍ତମ ସମର କୌଶଳ ପ୍ରଦର୍ଶନ କରିଥିଲେ। ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ଏଥିରେ ଅଂଶ ଗ୍ରହଣ କରିଥିଲେ।

By amfnews

Related Post