Mon. Mar 9th, 2026

ମିଆଁମାର ସୀମାରେ ଉଗ୍ରବାଦୀଙ୍କ ଉପରେ ସର୍ଜିକାଲ ଷ୍ଟ୍ରାଇକ୍

180 Views

ନୂଆଦିଲ୍ଲୀ : ପୁଣି ଭାରତୀୟ ସେନା ଏକ ସର୍ଜିକାଲ ଷ୍ଟ୍ରାଇକ୍ କରିଛନ୍ତି। ଉତ୍ତର ପୂର୍ବ ମିଆଁମାର ସୀମାରେ ଥିବା ଉଗ୍ରବାଦୀଙ୍କ କ୍ୟାମ୍ପ ଉପରେ ଏହି ସର୍ଜିକାଲ ଷ୍ଟ୍ରାଇକ କରିଛନ୍ତି ଦେଶର ଯବାନ। ଏହି ସର୍ଜିକାଲ ଷ୍ଟ୍ରାଇକରେ ଅନେକ ଉଗ୍ରବାଦୀଙ୍କ କ୍ୟାମ୍ପ ଧ୍ୱଂସ ହୋଇଯାଇଛି ଏବଂ ଅନେକ ଉଗ୍ରବାଦୀ ପ୍ରାଣ ବିକଳରେ ପଳାଇଯାଇଥିବାର ସୂଚନା ରହିଛି।

ଉଭୟ ଭାରତ ଏବଂ ମିଆଁମାରର ଯବାନ ମିଳିତ ଆକ୍ରମଣ କରିଥିବାରୁ ଏହି ଅପରେସନକୁ ସନଶାଇନ-୨ ନାମରେ ନାମିତ କରାଯାଇଛି ।

ସୂଚନାଯୋଗ୍ୟ, କିଛି ମାସ ହେବ ମିଆଁମାର ସୀମାରେ ଉଗ୍ରବାଦୀଙ୍କ ଗତିବିଧି ବୃଦ୍ଧି ପାଇଥିଲା। ଏହାପରେ ଫେବୃଆରୀ ୨୨ରୁ ୨୬ ତାରିଖ ମଧ୍ୟରେ ଦୁଇ ଦେଶ ପକ୍ଷରୁ ଅପରେସନ ସନଶାଇନ-୧ ଆରମ୍ଭ ହୋଇଥିଲା। ଏହି ସମୟରେ ଭାରତ ପଟରେ ଥିବା ଉଗ୍ରବାଦୀମାନେ ଅପରେସନ ଭୟରେ ମିଆଁମାର ଆଡ଼କୁ ପଳାଇଥିଲେ। ପରେ ମିଆଁମାର ସେନା ଉଗ୍ରବାଦୀଙ୍କୁ ଗିରଫ କରିଥିଲେ।

ଏବେ ପୁଣିଥରେ ଉଭୟ ଦେଶର ସେନା ମିଳିତ ଅପରେସନ କରିଛନ୍ତି। ଏହି ଅପରେସନରେ ଦୁଇ ବାଟାଲିୟନ ସ୍ପେଶାଲ ଫୋର୍ସ, ଅସାମ ରାଇଫଲ୍ସ ଏବଂ ଘାତକ ଇନଫେଣ୍ଟ୍ରି ଯବାନ, ମିଆଁମାରରେ ସେନା ସାମିଲ ଥିଲେ। ଅଧିକାଂଶ ଉଗ୍ରବାଦୀ କ୍ୟାମ୍ପ ଧ୍ୱଂସ ହୋଇଯାଇଥିବା ବେଳେ କେତେ ଜଣ ମରିଛନ୍ତି ସେ ନେଇ ସୂଚନା ମିଳିପାରି ନାହିଁ।

By amfnews

Related Post