Tue. Apr 22nd, 2025

ମା’ ରାନ୍ଧି ନ ଥିରୁ , ହାଣିଲା ପୁଅ

By amfnews Sep 13, 2019 #Featured
224 Views

କୋରାପୁଟ :  ରାନ୍ଧି ଖାଇବାକୁ ନଦେବାରୁ ମା’କୁ ମାରି ଦେଲା ପୁଅ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି କୋରାପୁଟ ସହରର ସୋନାପୁର ଅଞ୍ଚଳରେ । ମୃତକ ହେଲେ ଡମୁଣି ପରଜା(୫୦) । ପୁଅ କବଳରୁ ମା’କୁ ରକ୍ଷା କରିବାକୁ ଯାଇ ବାପା ମଧ୍ୟ ଆହତ ହୋଇଛନ୍ତି। ଅଭିଯୁକ୍ତ ମନୋଜ ପରଜା (୨୫) ଙ୍କୁ ଗିରଫ କରିଛି ପୁଲିସ୍‌।

ବୁଧବାର ରାତିରେ ମନୋଜ ଘରେ ପହଞ୍ଚିବା ବେଳକୁ ଡମୁଣି ରୋଷେଇ କରି ନ ଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ମନୋଜ ମା’କୁ ପାଟି କରିବାକୁ ଉଭୟ ମା’ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା।  ଏହାପରେ ଉତ୍ତ୍ୟକ୍ତ ମନୋଜ ଘର ପାଖରେ ଥୁଆ ହୋଇଥିବା କୋଦାଳରେ ମା’ ବେକକୁ ଚୋଟ ମାରିଥିଲେ। ଫଳରେ ଘଟଣାସ୍ଥଳରେ ଡମୁଣିଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଥିଲା। ଏହାପରେ ପୁଲିସ୍‌ ମନୋଜଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

By amfnews

Related Post