Tue. Nov 26th, 2024

ମାଡ଼ିଗଲା ଗ୍ରେଡର୍ : ଜଣେ ମୃତ, ୪ ଗୁରୁତର

By amfnews Aug 26, 2019 #Featured
155 Views

ଢେଙ୍କାଳନ  :  ଢେଙ୍କାନାଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ବଳଦିଆବନ୍ଧ ନିକଟରେ ଆଜି ଏକ ସିରିଜ୍‌ ଦୁର୍ଘଟଣା ଘଟିଯାଇଛି। । ରାସ୍ତା କାମରେ ନିୟୋଜିତ ଏକ ଗ୍ରେଡର ଗୋଟିଏ ସ୍କୁଟି ଓ ଏକ ବାଇକ୍‌କୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇ ପଡ଼ିଛନ୍ତି।

ମୃତକ ହେଲେ ନିକଟସ୍ଥ ନଡିଆଳି ଗାଁର ଭରତ ବେହେରା । ସମସ୍ତ ୪ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟାଇଥିବା ଗ୍ରେଡର ଅପରେଟରଙ୍କ ସମ୍ପର୍କରେ କିଛି ସୂଚନା ମିଳି ପାରି ନାହିଁ। ଘଟଣାସ୍ଥଳରେ ଢେଙ୍କାନାଳ ସଦର ଥାନା ପୁଲିସ୍‌ ପହଞ୍ଚି ତଦନ୍ତ ଜାରି ରଖିଛି।  ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।

ସୂଚନା ଅନୁସାରେ, କଟକ ମଙ୍ଗୁଳିଠାରୁ ସମ୍ବଲପୁର ପର୍ଯ୍ୟନ୍ତ ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଚାଲିଛି । ବଳଦିଆବନ୍ଧ ନିକଟରେ କାମ କରୁଥିବା ଏକ ଗ୍ରେଡର ପ୍ରଥମେ ସ୍କୁଟିରେ ଯାଉଥିବା ୩ ଜଣଙ୍କୁ ଧକ୍କା ଦେଇଥିଲା । ପରେ ପରେ ବାଇକ୍‌ରେ ଯାଉଥିବା ୨ ଜଣଙ୍କୁ ମଧ୍ୟ  ପିଟି ଦେଇଥିଲା । ଘଟଣାସ୍ଥଳରେ ହିଁ ସ୍କୁଟି ଚାଳକ ଭରତଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ୪ ଜଣଙ୍କୁ ପ୍ରଥମେ ଢେଙ୍କାନାଳ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।

ଏହି ସମ୍ପ୍ରସାରଣ କାମ ଗାୟତ୍ରୀ କନଷ୍ଟ୍ରକସନ୍‌ ପକ୍ଷରୁ କରାଯାଉଛି। ତେବେ ପ୍ରକୃତରେ ଗ୍ରେଡର ଅପରେଟ୍ କିଏ କରୁଥିଲା ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ରାସ୍ତାରେ ଗ୍ରେଡର ଅପରେଟ୍ କରୁଥିବା ବେଳେ ଯାତ୍ରୀଙ୍କ ସୁରକ୍ଷା ଲାଗି ଯଥାସମ୍ଭବ ପଦକ୍ଷେପ ଉଠାଇବାର ନିୟମ ରହିଛି। ଏଠାରେ  ସେଥିପ୍ରତି ଧ୍ୟାନ ଦିଆଯାଇଥିଲା କି ନାହିଁ, ଯଦି ଦିଆଯାଇଥିଲା ଏପରି ଦୁର୍ଘଟଣା କିପରି ଘଟିଲା ତାହା ଆଲୋଚନାର ବିଷୟବସ୍ତୁ ପାଲଟିଛି।

ଏଠାରେ ଉଲ୍ଲେଖଯୋଗ୍ୟଯେ, କଟକ ମଙ୍ଗୁଳିଠାରୁ ସମ୍ବଲପୁର ପର୍ଯ୍ୟନ୍ତ ୫୫ ନମ୍ବର ଜାତୀୟ ରାଜପଥ ମରଣଜନ୍ତା ପାଲଟିଛି। ପ୍ରତିଦିନ ଏଠାରେ ଛୋଟବଡ଼ ଦୁର୍ଘଟଣା ଘଟି ଜୀବନହାନୀ ଘଟୁଛି।  ଅପରପକ୍ଷେ ବଳଦିଆବନ୍ଧ ନିକଟରେ ଆଜି ରାସ୍ତା କାମ ଚାଲିଥିବା ବେଳେ ଗୋଟିଏ ଲେନ୍‌ ରାସ୍ତାକୁ ବନ୍ଦ କରି ଦିଆଯାଇଥିଲା। ଅନ୍ୟ ଏକ ଲେନ୍‌ର ଉଭୟ ପାର୍ଶ୍ୱରେ ଗାଡ଼ି ଯାତାୟତ କରୁଥିଲା। ହେଲେ ତାହା ଖାଲଖମା ତଥା ପାଣିରେ ଭର୍ତ୍ତି ହୋଇଥିବାରୁ ଲୋକେ ଖୁବ୍‌ ହଇରାଣ ହେଉଛନ୍ତି।  ଏଥିଯୋଗୁ ଦୀର୍ଘ ଦିନ ହେଲା ଅସନ୍ତାଷ ଲାଗି ରହିଛି।

By amfnews

Related Post