Wed. Dec 25th, 2024

ମାସକୁ ୪୫୦୦ଟଙ୍କା ବିନିଯୋଗ କରି ହୋଇପାରିବେ କୋଟିପତି, ଜାଣନ୍ତୁ ଉପାୟ

By amfnews Aug 8, 2020 #Featured
232 Views

ନୂଆଦିଲ୍ଲୀ, ଅଗଷ୍ଟ ୦୮ : ପ୍ରତ୍ୟେକ ବ୍ୟକ୍ତି କୋଟିପତି ହେବାକୁ ସ୍ୱପ୍ନ ଦେଖିଥାନ୍ତି । ଅନେକ ଲୋକଙ୍କର ଏହି ସ୍ୱପ୍ନ ପୂରା ହେବାକୁ ବର୍ଷ ବର୍ଷ ଲାଗିଯାଇଥାଏ । କିନ୍ତୁ ସଠିକ ଭାବେ ଯୋଜନା ଓ ପୁଂଜି ନିବେଶ କଲେ କୋଟିପତି ହେବାର ସ୍ୱପ୍ନ କମ ଦିନ ମଧ୍ୟରେ ପୂରଣ ହେବାର ଆଶଙ୍କା ରହିଛି । ମୁଚୁଆଲ ଫଣ୍ଡ ଆଜିର ଦିନରେ ସବୁଠାରୁ ଭଲ ଶୈଳୀ ।

ଟ୍ୟାକ୍ସ ଏବଂ ପୁଂଜିନିବେଶ ବିଶେଷଜ୍ଞଙ୍କ ମତରେ ମୁଚୁଆଲ ଫଣ୍ଡର ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ନିବେଶ କରିବାରେ ବହୁତ ଲାଭ ମିଳିପାରିବ । ଅତି କମରେ ୨୦ ବର୍ଷ ଯାଏଁ ନିବେଶ କଲେ ଏସଆଇପି ଲୋକଙ୍କୁ କମ୍ପାଉଣ୍ଡିଂ ଲାଭ ମିଳିଥାଏ । ଆପଣଙ୍କୁ ସୁଧ ଉପରେ ସୁଧ ରୋଜଗାର କରିବାର ସୁଯୋଗ ମିଳିପାରିବ ।

ସେବି ସହିତ ପଂଜୀକୃତ କରି ଏବଂ ନିବେଶ ପରମର୍ଶଦାତା ମଣିକରଣ ସିଂଘଲଙ୍କ ଅନୁସାରେ ଜଣେ ବ୍ୟକ୍ତିଙ୍କୁ ଏସଆଇପିରେ ପାଖାପାଖି ୧୫-୨୦ ବର୍ଷ ଲାଗି ନିବେଶ କରିବା ଦରକାର । ଟ୍ରାନସଡେ କନସଲଟେଣ୍ଟ କେ କାର୍ତ୍ତିକ ଜାଭେରୀ କହିଛନ୍ତି ଏତେ ଦିନ ପର୍ଯ୍ୟନ୍ତ ନିବେଶ କରିବାରେ ୧୫ ପ୍ରତିଶତ ରିଟର୍ଣ୍ଣ ସହଜରେ ମିଳିପାରିବ । ଏହା ବ୍ୟାଙ୍କର ସୁଧ ଅପେକ୍ଷା ବହୁଗୁଣରେ ଅଧିକ ।

୨୦ ବର୍ଷ ଲାଗି ପ୍ରତି ମାସରେ ୪୫୦୦ ଟଙ୍କା ନିବେଶ କରିବା ଏବଂ ୧୫ ପ୍ରତିଶତ ଫେରସ୍ତ ମିଳିବା ସମ୍ଭାବନା ଆଧାରରେ କୌଣସି ବ୍ୟକ୍ତିଙ୍କୁ ମୁଚ୍ୟୁରିଟି ପୂରଣ ହେବା ପରେ ୬୮ ଲକ୍ଷ ୨୧ ହଜାର ୭୯୭.୩୮୭ ଟଙ୍କା ମିଳିବ ।

By amfnews

Related Post