152 Views
ମାଲକାନଗିରି : ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲ୍ଲା ମାଲକାନଗିରି ସୀମାରେ ପୁଲିସ ଓ ନକ୍ସଲଙ୍କ ଭିତରେ ଭିଷଣ ଗୁଳି ବିନିମୟ ହୋଇଥିବାର ଖବର ମିଳିଛି।ଏଥିରେ ପୁଲିସକୁ ଏକ ବଡ଼ ଧରଣର ସଫଳତା ମିଳିଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ଥିବା କୁଟ୍ରିମା ଜଙ୍ଗଲରେ ନକ୍ସଲ ଲୁଚିଥିବା ଖବର ପାଇ ପୁଲିସ ଓ ଯବାନମାନେ ମିଳିତ ଭାବେ କମ୍ବିଂ ଅପରେସନ ଚଳାଇଥିଲେ । ସେଠାରେ ଆତ୍ମ ଗୋପନ କରିଥିବା କିଛି ନକ୍ସଲ ପୁଲିସକୁ ଦେଖି ପ୍ରଥମେ ଗୁଳି ଚାଳନା କରିଥିଲେ । ପୁଲିସ ଓ ଯବାନମାନେ ତୁରନ୍ତ ନକ୍ସଲଙ୍କ ଉପରକୁ ପାଲଟା ଆକ୍ରମଣ କରିଥିଲେ । ଏଥିରେ ନକ୍ସଲମାନେ ଛତ୍ରଭଙ୍ଗ କରିଥିଲେ ।ତେବେ ପୁଲିସ ଗୁଳିରେ ୨ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି ।