Sun. Mar 8th, 2026

ମାଲକାନଗିରି: ମିନି ଟ୍ରକ୍‌ ଓଲଟି ୩ ମୃତ; ୧୨ ଆହତ

207 Views

ମାଲକାନଗିରି: ସୋମବାର ମଧ୍ୟାହ୍ନରେ ୩୨୬ ନମ୍ବର ଜାତୀୟ ରାଜପଥର ସଲପପଦର ନିକଟରେ ଏକ ମିନି ଟ୍ରକ୍‌ ଓଲଟି ପଡ଼ିବାରୁ ୩ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୧୨ ଜଣ ଆହତ ହୋଇଛନ୍ତି।

ଦୁର୍ଘଟନାଗ୍ରସ୍ତ ଟାଟା ଏସ୍‌ ଗାଡ଼ିଟି ମାଥିଲି ବ୍ଲକ୍‌ ଅନ୍ତର୍ଗତ ପାଙ୍ଗାମ୍‌ରୁ ଲୋକ ନେଇ ମାଥିଲି ଅଭିମୁଖେ ଯାଉଥିଲା। କୌଣସି କାରଣରୁ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ରାସ୍ତା କଡ଼କୁ ଗଡ଼ି ଯିବାରୁ ଘଟନାସ୍ଥଳରେ ହିଁ ତିନିଜଣଙ୍କର ମୃତ୍ୟୁ ଘଟିିଛି। ସେଥିରେ ଥିବା ଅନ୍ୟ ଯାତ୍ରୀମାନଙ୍କ ମଧ୍ୟରୁ ୧୨ ଜଣ ଆହତ ହୋଇଛନ୍ତି।

ଚିକିତ୍ସା ନିମନ୍ତେ ଆହତମାନଙ୍କୁ ମାଥିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

By amfnews

Related Post