147 Views
ଜିଲ୍ଲା ବିଜେପି ଦଳ ପକ୍ଷରୁ ସ୍ଥାନୀୟ ରକହିଲ ହୋଟେଲ ସଭାଗୃହ ରେ ଜିଲ୍ଲା ସଭାପତି ଅଶୋକ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ବୈଠକରେ ପୂର୍ବତନ ଉପବାଚସ୍ପତି ଶ୍ରୀ ପ୍ରହଲ୍ଲାଦ ଦୋରା ମାଲକାନଗିରି ଜିଲ୍ଲା ପ୍ରଭାରୀ ଶ୍ରୀ ରମେଶ ସାହୁ,ଜିଲ୍ଲା ପରିଷଦ ଅଧକ୍ଷ୍ୟ ଦଶରଥ ପଡ଼ିଆମୀ, ସାମଲ ସୁନାନୀ, ଜିଲ୍ଲା ପରିଷଦ ଉପଧକ୍ଷା ସୁଲତା ମଣ୍ଡଳ,ଆଦିତ୍ୟ ମାଢି, କରୁକୋଣ୍ଡା ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପଡ଼ିଆମୀ,ଦେବା ମାଡକାମୀ,ଅକ୍ଷୟ ବିଶ୍ଵାଳ,ଓ ମାଲକାନଗିରି ଜିଲ୍ଲା ପଦାଧିକାରୀ,ସମସ୍ତ ମଣ୍ଡଳ ସଭାପତି,ସମସ୍ତ ମୋର୍ଚ୍ଚା ସଭାପତି ଏବଂ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ।
ଉକ୍ତ ବୈଠକରେ ଉପସ୍ଥିତ ଭାଜପା କର୍ମକର୍ତ୍ତା ମାନେ ରାଜ୍ୟ ବିଜୁ ଜନତା ଦଳ ସରକାରଙ୍କ ବିଭିନ୍ନ ଦୁର୍ନୀତି ଓ ଆଞ୍ଚଳିକ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ଅପାରଗତା ଆମ ଗାଁ ଆମ ବିକାଶ ,ରାସନ କାର୍ଡ ବଣ୍ଟନରେ ଅନିୟମିତତା।ଯୁବକଙ୍କୁ ବିଜୁ ଯୁବ ବାହିନୀ ସାମିଲ ନାଁରେ ରାଜ୍ୟ ରାଜ କୋଷରୁ ୪୫୦ କୋଟି ବ୍ୟୟ କରିବା ,ପି ସି କାରବାର ,ମୋଦିଜୀଙ୍କ ପ୍ରଧାନମନ୍ତ୍ରୀ ଆବାସ,ସ୍ୱଚ୍ଛ ଭାରତ ପାଇଖାନା, ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ପ୍ରଭୁତିରେ ବିଳମ୍ବ ଓ ଏ ସମସ୍ତ ଯୋଜନାରେ ଯୋର ଜବରଦସ୍ତ ଲାଞ୍ଚ ନେବା।
ରାଜ୍ୟ ଶାସନର ୧୯ ବର୍ଷରେ ୩୬ ମହାଦୁର୍ନୀତି,ବିଜୁଳି କାଟ, ୟୁରିଆ କଳାବଜାରୀ,ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସହ ଚଂଚକତା,ଆୟୁସ୍ମାନ ଭାରତ କାର୍ଯ୍ୟକ୍ରମକୁ ଓଡ଼ିଶାରେ ଲାଗୁ ନକରିବା , ସ୍ଥାନୀୟ ଅନ୍ୟ ବିଷୟରେ ହଜାରରୁ ଉର୍ଦ୍ଧ ଲୋକମାନଙ୍କୁ ନେଇ ମାଲକାନଗିରି ବ୍ଲକ୨୯/୧୦,କାଲିମେଳା ଓ କୌରକୋଣ୍ଡା୩୦/୧୦ ,୩୧/୧୦ ପଡିଆ ବ୍ଲକ,୦୧/୧୧ ମାଥିଲି ବ୍ଲକ ୦୩/୧୧ ଚିତ୍ରକୋଣ୍ଡା ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ବୈଠକରେ ନିଷ୍ପତି ନିଆ ଗଲା।ସେହିପରି ଦୁର୍ନୀତିଗ୍ରସ୍ତ ବିଜେଡି ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବେ ବୋଲି ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା କଡା ଚେତାବନୀ ଦେଇଥିଲେ ।