Sat. Dec 28th, 2024

ମାଲକାନଗିରିରେ ସୁଧୁୁରୁଛି ବନ୍ୟା ସ୍ଥିତି : ଖସିଲା ପୋଟେରୁ ନଦୀର ଜଳସ୍ତର, ସ୍ୱାଭାବିକ ହେଉଛି ଯାତାୟତ

By amfnews Aug 3, 2019 #Featured
91 Views

ମାଲକାନଗିରି : ମାଲକାନଗିରିରେ ବନ୍ୟା ପରିସ୍ଥିତି ସୁଧୁରୁଛି । ନଦୀରେ ଜଳସ୍ତର କମିବା ପରେ ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲଉପରୁ ବନ୍ୟା ଜଳ ଖସି ଯାଇଛି । ଫଳରେ ସେହି ରାସ୍ତା ଦେଇ ଯାତାୟତ ଧୀରେ ଧୀରେ ସ୍ୱାଭାବିକ ହେଉଛି । ମାଲକାନଗିରିଠାରୁ ଜୟପୁର, ବାଲିମେଳା ଓ ମୋଟୁ ଅଞ୍ଚଳକୁ ଯାନବାହାନ ଚଳାଚଳ ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକେ ବାହାରକୁ ବାହାରୁଛନ୍ତି । ତଳିଆ ଅଂଚଳରେ ରହିଥିବା ୨୬ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ମାଲକାନଗିରି-ଛତିଶଗଡ଼ ମଧ୍ୟରେ ଯୋଗାଯୋଗ ଏବେ ବି ବିଚ୍ଛିନ୍ନ । ବର୍ଷା ଲାଗି ରହିଥିବାରୁ ଅନେକ ଗାଁ ବର୍ତ୍ତମାନ ସୁଦ୍ଧା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହିଛି ।

ବନ୍ୟାରେ ଏକର ଏକର ଫସଲ ଜଳମଗ୍ନ ହୋଇ ରହିଥିବା ଅନେକ ଲୋକଙ୍କ ଘରଦ୍ବାର ମଧ୍ୟ ଭାଙ୍ଗିଛି । ବିଶେଷ କରି ବନ୍ୟାରେ ଜିଲ୍ଲାର କୋରୁକୋଣ୍ଡ, ମାଥିଲି ଓ କାଲିମେଳା ବ୍ଲକ୍ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଦୁଇ ଦିନ ଲଗାଣ ବର୍ଷାରେ ବେହାଲ ହୋଇଥିଲା ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଂଚଳ । ଲଗାଣ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ମାଲକାନଗିରି ଜିଲ୍ଳା ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଥିଲା । ଅଧିକାଂଶ ଗ୍ରାମବାସୀ ଜଳବନ୍ଦୀରେ ଫସି ରହିଥିଲେ । ବନ୍ୟା ଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ଦୁଇ ଦିନ ପର୍ଯ୍ୟନ୍ତ ଜିଲ୍ଳାର ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

By amfnews

Related Post