235 Views
ଭୁବନେଶ୍ୱର, ଅଗଷ୍ଟ ୨୧ : ମାଲକାନଗିରି ଜିଲ୍ଲାରେ ବର୍ଷା ଜାରି ରହିଛି । ଲଘୁଚାପ ଶେଷ ହୋଇଯାଇଥିଲେ ବି ମାଲକାନଗିରି ଜିଲ୍ଲାର ଅନେକ ସ୍ଥାନ ଜଳମଗ୍ନ ରହିଛି । ୩୨୬ ନମ୍ବର ଜାତୀୟ ରାଜପଥ କାଙ୍କେରକୋଣ୍ଡା ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାତାୟତ ବନ୍ଦ ରହିଛି । ଜିଲ୍ଲାର ଅଧିକାଂଶ ନଦୀରେ ଜଳସ୍ତର ବଢ଼ିଛି । ସାବେରୀ ସିଲେରୁ ନଦୀରେ ବନ୍ୟା ଜଳ ଅଧିକ ଆସୁଛି । ତେଣୁ ତଳିଆ ଅଚଂଳର ଲୋକ ଭୟଭୀତ ହୋଇଛନ୍ତି ।
କନ୍ୟାଶ୍ରମ ପୋଲ ଉପରେ ୪ ଫୁଟ ପାଣି ପ୍ରବାହିତ ହେଉଛି । କାଲିମେଳାରୁ ପଡ଼ିଆ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସୀମାନ୍ତ ଛତିଶଗଡ଼ ଝପ୍ରା ପୋଲ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଛି । ସେହିପରି ପଡ଼ୋଶୀ ଛତିଶଗଡ଼ରୁ ମାଲକାନଗିରି ଯୋଗାଯୋଗ ବିଚ୍ଛିନ୍ନ ରହିଛି । ସୀମାନ୍ତରେ ଲୋକେ ବନ୍ୟା ଯୋଗୁଁ ହନ୍ତସନ୍ତ ହୋଇଛନ୍ତି ।