147 Views
ଭୁବନେଶ୍ୱର, ଅଗଷ୍ଟ ୧୩ : ଲଘୁଚାପ ବର୍ଷାକୁ ସାରା ରାଜ୍ୟର ଚାଷୀଙ୍କ ସମେତ ଲୋକେ ଅପେକ୍ଷା କରିଛନ୍ତି । କିନ୍ତୁ ରାଜ୍ୟର ଅଧିକାଂଶ ଅଚଳରେ ଗତ ୯ତାରିଖରୁ ହେବାକୁ ଥିବା ଲଘୁଚାପ ବର୍ଷା ଖୁସି କରିପାରି ନାହିଁ । ରାଜ୍ୟର ଅଧିକାଂଶ ଅଂଚଳ ସୁଖିଲା ପଡ଼ିଛି । ଲୋକେ ବର୍ଷାକୁ ଚାତକ ପକ୍ଷୀ ଭଳି ଅପେକ୍ଷା କରିଛନ୍ତି । କିନ୍ତୁ ମାଲକାନଗିରି ଜିଲ୍ଲାବାସୀଙ୍କୁ ଲଗାଣ ବର୍ଷା ଡହଳବିକଳ କରିଛି ।
ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଏଠାରେ ଥିବା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି । ନଦୀ ଜଳ ସ୍ତର ବୃଦ୍ଧି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଗାଁ ଜଳମଗ୍ନ ହୋଇଛି । କୃଷି କ୍ଷେତ୍ର ମଧ୍ୟ ବୁଡ଼ି ରହିଛି । ଅନେକ ଗାଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଟେରୁ, କାଙ୍କରକୋଣ୍ଡା, ଏମଭି୯୦ ନିକଟ ପୋଲ ଉପରେ ୪ ଫୁଟ ଜଳ ପ୍ରବାହିତ ହେଉଛି । ମାଲକାନଗିରିରୁ କାଲିମେଳା, କାଲିମେଳାରୁ ମୋଟୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।