Tue. Mar 10th, 2026

ମାର୍ଚ୍ଚ ୩୧ରୁ ନିୟମିତ ଭାବେ ଝାରସୁଗୁଡ଼ାରୁ ଉଡ଼ିବ ବିମାନ

189 Views

ଝାରସୁଗୁଡା : ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଝାରସୁଗୁଡ଼ାରୁ ନିୟମିତ ବିମାନ ଚଳାଚଳ କରିବ। ସ୍ପାଇସ୍‌ ଜେଟ କର୍ତ୍ତୃପକ୍ଷ ଶନିବାର ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପରିଦର୍ଶନ କରିଛନ୍ତି। ବିମାନ ବନ୍ଦରଠାରେ ଥିବା ଭିତ୍ତିଭୂମୀ ଓ ସୁରକ୍ଷା ବ୍ୟବସ୍ଥା ସହିତ ଯାତ୍ରୀଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।

ବିମାନ ବନ୍ଦର ନିର୍ଦ୍ଦେଶକ ଏସ୍‌.କେ ଚୌହ୍ଵାନ୍‌ ସ୍ପାଇସ୍‌ ଜେଟ କର୍ତ୍ତୃପକ୍ଷଙ୍କୁ ଉଡାଣସଂପର୍କିତ ସୂଚନା  ପ୍ରଦାନ କରିବା ସହିତ ବିମାନ ବନ୍ଦରର ସମସ୍ତ ବ୍ୟବସ୍ଥା ସମ୍ପର୍କରେ ଅବଗତ କରିଥିଲେ। ବିମାନ ବନ୍ଦର ପରିଦର୍ଶନ ପରେ ଏହି ଟିମ୍‌ରେ ଥିବା ପଦାଧିକାରୀମାନେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏଠାରୁ ବିମାନ ସେବା କରିବେ ବୋଲି ପ୍ରକାଶ କରିଛନ୍ତି। ସ୍ପାଇସ୍‌ ଜେଟ ବିମାନ ସେବା ପାଇଁ ଦେଶର ତିନୋଟି ବଡ଼ ସହର ନୂଆଦିଲ୍ଲୀ, ହାଇଦ୍ରାବାଦ ଓ କୋଲକାତା ମଧ୍ୟରେ ବିମାନ ଚଳାଚଳ ପାଇଁ  ବିମାନ ଚଳାଚଳ ମନ୍ତ୍ରାଳୟ ଠାରୁ ଅନୁମତି ପାଇ ସାରିଛି।

By amfnews

Related Post