Wed. Mar 11th, 2026

ମାର୍ଚ୍ଚ ୧୯ରୁ ମାଟ୍ରିକ୍ ଖାତା ଦେଖା, ଗହଳି ରୋକିବାକୁ ନିଆଗଲା ପଦକ୍ଷେପ

240 Views

ଭୁବନେଶ୍ୱର : ମାଟ୍ରିକ୍ ଖାତା ମୂଲ୍ୟାୟନ ବେଳେ କରୋନା ନେଇ ସତର୍କତା ଅବଲମ୍ବନ କରାଯାଇଛି। ଏଥର ପରୀକ୍ଷା କେନ୍ଦ୍ରରେ ଗହଳି ରୋକିବାକୁ ସବଜେକ୍ଟ ଓ୍ୱାଇଜ୍ ଖାତା ଦେଖା ହେବ। ସବୁ ଡିଇଓ, ବିଇଓ ଓ ଚିଫ୍ ଏକ଼ଜାମିନରଙ୍କୁ ଭିଡିଓ କନଫରେନସିଂ ଜରିଆରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି ହୋଇଛି।

ସକାଳ ୮ଟା ୩୦ରୁ ଅପରାହ୍ନ ୪ଟା ୩୦ଯାଏଁ ୩ଟି ପର୍ଯ୍ୟାୟରେ ଖାତା ଦେଖା ହେବ। ସାନିଟାଇଜର ବ୍ୟବହାର ସହ ମୂଲ୍ୟାୟନକାରୀ ସ୍ୱାସ୍ଥ୍ୟ ବିଭାଗ ଗାଇଡ ଲାଇନ୍ ମୁତାବକ ନିଜ ନିଜ ମଧ୍ୟରେ ଦୂରତା ରକ୍ଷା କରିବେ। ମାର୍ଚ୍ଚ ୧୯ରୁ ଏପ୍ରିଲ୍ ୧୦ତାରିଖ ପର୍ଯ୍ୟନ୍ତ ଖାତା ଦେଖାଚାଲିବ।

ସମଗ୍ର ରାଜ୍ୟରେ ୬୧ଟି ମୂଲ୍ୟାୟନ କେନ୍ଦ୍ରରେ ୧୬ହଜାର ମୂଲ୍ୟାୟନକାରୀ ନିୟୋଜିତ ହେବେ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ଭିଡିଓ କନଫରେନ୍ସରେ ସ୍କୁଲ୍ ଓ ଗଣଶିକ୍ଷା ସଚିବ ଚିତ୍ରା ଅରୁମୁଗମ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୁପିନ୍ଦର ପୁନିଆ, ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ପ୍ରମୁଖ ଉପସ୍ଥିତ ଥିଲେ।

By amfnews

Related Post