Sat. Mar 7th, 2026

ମାର୍କେଟ୍ ରାସ୍ତା ଶୋଚନୀୟ

192 Views

ଦେବଗଡ଼, ଜାନୁଆରୀ ୧୪ : ପୌରାଞ୍ଚଳର ଡେଲି ମାର୍କେଟ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। କିରନ ହୋଟେଲ ଛକ ଠାରୁ ଗୋହରୀ ବନ୍ଧ ଛକ ରାସ୍ତା ଖାଲଖମାରେ ଭର୍ତ୍ତି ରହିଛି। ସେହି ରାସ୍ତା ଦେଇ ପ୍ରତ୍ୟହ ଲୋକମାନେ ଅତ୍ୟାବଶ୍ୟକ ଜିନିଷ ଆଣିବା ପାଇଁ ପ୍ରାୟତଃ ଯିବା ଆସିବା କରୁଛନ୍ତି। ଏହି ରାସ୍ତା ସହରାଂଚଳବାସୀଙ୍କ ପାଇଁ ଏକ ମୁଖ୍ୟରାସ୍ତା ହୋଇଥିବା ବେଳେ ସେହି ରାସ୍ତାର ଅବସ୍ଥା ବେହାଲ୍ ରହିଛି। ଖାଲଖମାରେ ଭର୍ତ୍ତି ହୋଇ ରହିଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ରାସ୍ତା ନିର୍ମାଣ କ୍ଷେତ୍ରରେ ପୌରପରିଷଦ ଆଦୌ ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି। କେବଳ ଆକ୍ସନ ପ୍ଲାନରେ ପଡିଛି, ଖୁବ ଶୀଘ୍ର ରାସ୍ତା ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳୁଛି। ଏନେଇ ପୌର ପରିଷଦର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ ରାସ୍ତା ନିର୍ମାଣ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

By amfnews

Related Post