Tue. Jun 17th, 2025

ମାରାତ୍ମକ ଆପ୍‌! ସଂପୂର୍ଣ୍ଣ ପୋଷାକରେ ଥିବା ମହିଳାଙ୍କର ବି ଉଠାଉଥିଲା ନଗ୍ନ ଫଟୋ, ଅଭିଯୋଗ ପରେ ଇଣ୍ଟର୍‌ନେଟ୍‌ରୁ ହଟିଲା

By amfnews Jun 29, 2019 #Featured
179 Views

ନୂଆଦିଲ୍ଲୀ: ଗତ କିଛି ମାସ ତଳେ ମନୋରଞ୍ଜନ ଉଦେଶ୍ୟରେ ଲଞ୍ଚ୍‌ କରାଯାଇଥିବା ‘ଡିପ୍‌ନିଉଡ୍‌ ଆପ୍‌’କୁ ଶେଷରେ ଡେଭ୍‌ଲପର ଇଣ୍ଟରନେଟ୍‌ରୁ ହଟାଇ ଦେଇଛନ୍ତି। ଏହି ଆପ୍‌ଟି ବିନା କାହାରି ଅନୁମତିରେ ଗୋଟାଏ କ୍ଲିକ୍‌ରେ ମହିଳାଙ୍କର ନଗ୍ନ ଫଟୋ କ୍ଲିକ୍‌ କରିଥାଏ। ମହିଳା ପୋଷାକ ପିନ୍ଧିଥିଲେ ବି ଏହି ଆପ୍‌ ସ୍କାନ କରି ମହିଳାଙ୍କର କ୍ଷଣିକ ମଧ୍ୟରେ ନଗ୍ନ ଫଟୋ ଉଠାଇପାରେ।

ଏହି ଆପ୍‌ଟି ଗତ ମାର୍ଚ ମାସରୁ ଲଞ୍ଚ୍‌ ହୋଇଥିଲା। ଆପ୍‌ଟିକୁ ନେଇ ବହୁ ଅଭିଯୋଗ ଆସିବା ପରେ ଡେଭ୍‌ଲପର୍‌ ଏହାକୁ ଇଣ୍ଟର୍‌ନେଟ୍‌ରୁ ହଟାଇ ଦେଇଛନ୍ତି। ସେ ସଫେଇ ଦେଇ କହିଛନ୍ତି କି ଏହା ଏକ ମନୋରଞ୍ଜନଧର୍ମୀ ଆପ୍‌। ଏହି ଆପ୍‌ ଲଞ୍ଚ୍‌ ପଛରେ ତାଙ୍କର ଅନ୍ୟ କୌଣସି ମନ୍ଦ ଉଦେଶ୍ୟ ନଥିଲା।

‘ଡିପ୍‌ନିଉଡ୍‌ ଆପ୍‌’ର ଅଫିସିଆଲ୍‌ ଟ୍ଵିଟର୍‌ ପେଜରେ ଉଲ୍ଲେଖ କରଯାଇଛି ଯେ ଆପ୍‌ଟିକୁ ଇଣ୍ଟର୍‌ନେଟ୍‌ରୁ ହଟାଇ ଦେବା ସଂପୂର୍ଣ୍ଣ ଅଫିସିଆଲ୍‌। ଆପ୍‌କୁ ହଟାଇ ନେବାର ନିର୍ଦ୍ଦିଷ୍ଟ କାରଣ କୁହାଯାଇ ନାହିଁ। ତେବେ, ଏହି ଆପ୍‌ଟି ପୁରୁଷଙ୍କ ଉପରେ କାର୍ଯ୍ୟ କରୁନାହିଁ ବୋଲି ମଧ୍ୟ ବ୍ୟବହାରକାରୀ ଅଭିଯୋଗ ଆଣିଥିଲେ।

By amfnews

Related Post