Fri. Mar 6th, 2026

ମାମୁ ଘର ଜମି ଉପରେ ଥିଲା ନଜର, ମା’ ମନା କରିବାରୁ…

207 Views

ବାଲିଗୁଡ଼ା  : ଘର ଦାଣ୍ଡରେ ମା’କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ। ଏଭଳି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ସାରଂଗଡ଼ ଥାନା ଅନ୍ତର୍ଗତ ପାଡ଼େଲିକିଆ ଗାଁରେ। ମୃତ ମହିଳାଙ୍କ ନାଁ ପ୍ରେମା ପ୍ରଧାନ। ଅଭିଯୁକ୍ତର ନାଁ ସୁନୀଲ ପ୍ରଧାନ।

ଗତକାଲି ସକାଳେ ସୁନୀଲ ମାମୁଙ୍କ ଘରୁ ଜମି ଆଣିବା ପାଇଁ ପ୍ରେମାଙ୍କୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ପ୍ରେମା ବାସନ ମାଜୁଥିବା ସମୟରେ ସୁନୀଲ ଏକ ଟାଙ୍ଗିଆରେ ତାଙ୍କ ମୁଣ୍ଡକୁ ହାଣି ଦେଇଥିଲା। ଘଟଣାସ୍ଥଳରେ ପ୍ରେମାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ମୃତଦେହକୁ ଜବତ କରିଥିଲା। ତା’ସହିତ ଅଭିଯୁକ୍ତ ସୁନୀଲ ପ୍ରଧାନକୁ ଗିରଫ କରିଥିଲା।

By amfnews

Related Post