Sun. Mar 8th, 2026

ମାନସିକ ସ୍ବାସ୍ଥ୍ୟ ସଚେତନତାର ପ୍ରସାର ଲାଗି ସମ୍ମାନିତା ହେଲେ ଦୀପିକା ପାଦୁକୋନ

177 Views

ମୁମ୍ବାଇ: ମାନସିକ ସ୍ବାସ୍ଥ୍ୟ ସଚେତନତାର ପ୍ରସାର ଲାଗି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ମିଳିଛି ଅନ୍ତର୍ଜାତୀୟ ପୁରସ୍କାର। ବଲିଉଡର ଏହି ଲୋକପ୍ରିୟ ନାୟିକାଙ୍କୁ ୱାଲର୍ଡ ଇକୋନୋମିକ୍ ଫୋରମ୍ ପକ୍ଷରୁ ୨୬ତମ ବାର୍ଷିକ କ୍ରିଷ୍ଟାଲ ଆଓ୍ୱାର୍ଡରେ ସମ୍ମାନିତ କରାଯାଇଛି। ଦୀପିକା ପାଦୁକୋନ ଏକ ମାତ୍ର ଭାରତୀୟ ଅଭିନେତ୍ରୀଭାବେ ସେ ଏହି ସମ୍ମାନ ପାଇଛନ୍ତି ।

ଏହି ପୁରସ୍କାର ପାଇବା ପରେ ସେ କହିଛନ୍ତି ଯେ, ବିଶ୍ୱରେ ମାନସିକ ରୋଗରେ ପାଖାପାଖି ୩୦ କୋଟିରୁ ଉର୍ଦ୍ଧ୍ୱ ଲୋକ ପୀଡ଼ିତ ଅଛନ୍ତି । ଡିପ୍ରେସନ୍ ବା ଅବସାଦ ବିଶ୍ୱରେ ମାନସିକ ବିକଳାଙ୍ଗତା ଏବଂ ମାନସିକ ସ୍ତରରେ ଖରାପ ସ୍ବାସ୍ଥ୍ୟର ମୁଖ୍ୟ କାରଣ ବୋଲି ଦୀପିକା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ କ୍ରିଷ୍ଟାଲ ଆଓ୍ୱାର୍ଡ ପାଇଥିବା ଯୋଗୁଁ ଗର୍ବ ଅନୁଭବ କରୁଛନ୍ତି, ମାତ୍ର ଏହାର ଶ୍ରେୟ ବିଶ୍ୱର ଲକ୍ଷ ଲକ୍ଷ ଚିନ୍ତା, ଅବସାଦ ଏବଂ ମାନସିକ ରୋଗଗ୍ରସ୍ତ ଲୋକଙ୍କୁ ଦେବାକୁ ଚାହୁଁଛନ୍ତି।

Image result for chhapaak

ଦୀପିକା ଇତିମଧ୍ୟରେ ୩୦ରୁ ଅଧିକ ହିନ୍ଦୀ ସିନେମାରେ ଅଭିନୟ କରିସାରିଲେଣି। ତାଙ୍କର ଆଗାମୀ ସିନେମା ‘ଛପାକ’ ଏବେ ରିଲିଜ୍ ଅପେକ୍ଷାରେ ରହିଛି।

By amfnews

Related Post