Fri. Mar 6th, 2026

ମାନବତା ପ୍ରତି ସବୁଠୁ ବଡ଼ ବିପଦ ଆତଙ୍କବାଦ: ଓସାକାରେ ‘ବ୍ରିକ୍‌ସ୍‌’ ନେତାଙ୍କୁ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

320 Views

ଓସାକା : ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମାନବତା ପ୍ରତି ସବୁଠୁ ବଡ଼ ବିପଦ ହେଉଛି ଆତଙ୍କବାଦ। ଏହା ଯେ କେବଳ ନିରୀହ ଜନତାଙ୍କୁ ମାରୁଛି ସେ କଥା ନୁହେଁ, ଆର୍ଥିକ ଉନ୍ନତି ଏବଂ ସାମାଜିକ ସ୍ଥିରତାକୁ ମଧ୍ୟ ପ୍ରଭାବିତ କରୁଛି। ଓସାକା ଠାରେ ‘ବିକ୍‌ସ୍‌’ ନେତୃବର୍ଗଙ୍କ ଅନୌପରାଚିକ ବୈଠକରେ ମୋଦୀ କହିଲେ ଯେ ଆତଙ୍କବାଦ ଓ ବର୍ଣ୍ଣବାଦକୁ ସମସ୍ତ ପ୍ରକାରର ସହଯୋଗ ବନ୍ଦ ହେବା ଆବଶ୍ୟକ।

ସେ କହିଲେ: ଆତଙ୍କବାଦ ହେଉଛି ମାନବତା ପ୍ରତି ସବୁଠୁ ବଡ଼ ବିପଦ। ଏହା କେବଳ ନିରୀହମାନଙ୍କୁ ମାରୁ ନାହିଁ, ଅର୍ଥନୈତିକ ଉନ୍ନତି ଓ ସାମାଜିକ ସ୍ଥିରତାକୁ ପ୍ରଭାବିତ କରୁଛି।

ଜି୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଓସାକାରେ ଥିବା ପ୍ରଧାନମନ୍ତ୍ରୀ ବ୍ରାଜିଲ୍‌ର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଜୈର୍‌ ବୋଲ୍‌ସୋନାରୋଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କୁ ବ୍ରିକ୍‌ସ୍‌ ପରିବାରକୁ ସ୍ୱାଗତ କରିଥିଲେ। ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଭାବେ ନିର୍ବାଚି ସିରିଲ୍‌ ରାମାଫୋସାଙ୍କୁ ମଧ୍ୟ ସେ ଅଭିନନ୍ଦନ ଜଣାଇଥିଲେ।

By amfnews

Related Post