Thu. Dec 26th, 2024

ମାତିଛନ୍ତି ସାଇବର ଠକ, ବିନା ଓଟିପିରେ ଲୁଟିନେଲେ ୨ଲକ୍ଷ ୬୫ ହଜାର ଟଙ୍କା

By amfnews Jan 18, 2021 #Featured
135 Views

କଳାହାଣ୍ଡି, ଜାନୁଆରୀ ୧୮ : ମୋବାଇଲ୍ କୁ ଆସୁଛି ଅଜଣା କଲ୍ । କଲ୍ ରିସିଭ କରିବା ମାତ୍ରେ ହିଁ ଆକାଉଣ୍ଟରୁ ଗାୟବ୍ ହୋଇ ଯାଉଛି ଲକ୍ଷ ଲକ୍ଷ ଟଙ୍କା । ସାବଧାନ ରାଜ୍ୟରେ ମାତିଛନ୍ତି ସାଇବର ଠକ!

ରାଜ୍ୟରେ ସାଇବର ଠକ ମାନେ ବର୍ତମାନ ଆତଙ୍କ ଖେଳାଇ ରଖିଛନ୍ତି । ଏବେ କରୋନା ଭୂତାଣୁ ଠାରୁ ଅଧିକ ଏହି ସାଇବର ଠକ ମାନଙ୍କୁ ଲୋକଙ୍କ ଭୟ । ଠକ ମାନଙ୍କ ଠାରୁ ବଞ୍ଚିବା ପାଇଁ ଯେତେ ପ୍ରକାର ସଚେତନତା ଅବଲମ୍ବନ କଲେ ବି ଏମାନେ ଆଉ ପାଦେ ଆଗକୁ ଯାଇ ଲୋକଙ୍କ ଆକାଉଣ୍ଟ ଖାଲି କରୁଛନ୍ତି ।

ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରେ । ଜଣେ ବରିଷ୍ଟ ଦମ୍ପତିଙ୍କ ଆକାଉଣ୍ଟରୁ ବିନା ଓଟିପିରେ ହଡପ୍ ହୋଇଛି ପ୍ରାୟ ୨ଲକ୍ଷ ୬୫ ହଜାର ଟଙ୍କା । ସୂଚନା ଅନୁସାରେ ଗତ ଶନିବାର ଦିନ ଭବାନୀପାଟଣାର ଶର୍ମା କଲୋନୀର ଅବସରପ୍ରାପ୍ତ ବରିଷ୍ଟ ନାଗରିକ ଗଙ୍ଗାଧରଙ୍କ ପାଖକୁ ଏକ ଅଜଣା କଲ୍ ଆସିଥିଲା । 

କଲ୍ ରିସିଭ କରିବା ପରେ ଜିଓ କଷ୍ଟମର କେୟାରରୁ କହୁଛନ୍ତି ବୋଲି କହି ସାଇବର ଠକ ମାନେ ଗଙ୍ଗାଧରଙ୍କୁ ୨୦ ହଜାର ଟଙ୍କାର ଏକ ମୋବାଇଲ ଫୋନ୍ ଗିଫ୍ଟ ଦେବାର ଲୋଭ ଦେଖାଇଥିଲେ । ଏହାପରେ କିଛଇ ବୁଝିବା ପୂର୍ବରୁ ଗଙ୍ଗାଧର ଓ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ଧଡାଧଡ୍ କଟି ଚାଲିଥିଲା ଟଙ୍କା ।

ପ୍ରଥମେ ଗଙ୍ଗାଧରଙ୍କ କ୍ରେଡିଟ୍ କାର୍ଡ ଆକାଉଣ୍ଟରୁ ୪୫ ହଜାର , ବ୍ୟାଙ୍କ ଆକାଉଣ୍ଟରୁ ଗୁଗୁଲ ପେ ଜରିଆରେ ୧ଲକ୍ଷ ଟଙ୍କା ଓ ପରେ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା ଆଖି ପିଛୁଳାକେ ଗାୟବ୍ ହୋଇଥିଲା ।

ବର୍ତମାନ ଏହି ଘଟଣାରେ ବରିଷ୍ଟ ଦମ୍ପତି ସାଇବର ଥାନାର ସହାୟତା ଲୋଡିଥିବା ବେଳେ ଠକ ମାନଙ୍କୁ ଧରିବା ପାଇଁ ଭବାନୀପାଟଣା ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ।

By amfnews

Related Post