132 Views
ନୂଆଦିଲ୍ଲୀ: ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଆସିଥିବା ୩ ଜଣ ଶ୍ରଦ୍ଧାଳୁ ଭୂସ୍ଖଳନରେ ଆହତ ହୋଇଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ମାତା ବୈଷ୍ଣୋଦେବୀଙ୍କ ବ୍ୟାଟେରି କାର୍ ମାର୍ଗରେ ଥିବା ପଂଛି କଲୋନିରେ ଭୂସ୍ଖଳନ ହେବା ଫଳରେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଆସିଥିବା ୩ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି।
ଏହି ଅଘଟଣ ଘଟିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଆହତ ଦର୍ଶନାର୍ଥୀମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସେମାନଙ୍କୁ ଶ୍ରୀ ମାତା ବୈଷ୍ଣୋଦେବୀ ସ୍ରାଇନ ବୋର୍ଡର ନାରାୟଣ ହସ୍ପିଟାଲକୁ ନେଇଥିଲେ । ଆହତ ଦର୍ଶନାର୍ଥୀମାନେ ହେଲେ ଓମପ୍ରକାଶ (୪୯), ମୁକେଶ କୁମାର (୨୮) ଓ ଆମେରିକା ସିଂହ (୪୫) ।

ଭୂସ୍ଖଳନ ସୂଚନା ମିଳିବା ପରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଟିମ ଘଟଣାସ୍ଥଳକୁ ପହଞ୍ଚିଥିଲେ । ସ୍ରାଇନ ପ୍ରଶାସନର କର୍ମଚାରୀ ଏବଂ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲେ । ସେମାନେ ଅନ୍ୟ ଦର୍ଶନାର୍ଥୀମାନଙ୍କୁ ସତର୍କ କରାଇ ମାତା ବୈଷ୍ଣୋଦେବୀଙ୍କ ଦର୍ଶନର ବନ୍ଦୋବସ୍ତ କରାଇଥିଲେ।