Wed. Dec 25th, 2024

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ: ନୂଆପଡ଼ାର ୫ ଜଣଙ୍କ ନାଁରେ ଏତଲା

By amfnews Feb 23, 2019 #Featured
299 Views

ଭୁବନେଶ୍ୱର,ଫେବୃଆରୀ ୨୩ : ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଆସିଛି । କିନ୍ତୁ ଏଯାଏଁ ଏହି ମାମଲାରେ ଅଭିଯୋଗ ଆସିଥିବା ସ୍କୁଲର ଅଧିକାରୀଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । କେବଳ ନୂଆପଡ଼ାରେ ଏତଲା ଦିଆଯାଇଥିବା ବେଳେ କୋରାପୁଟ ଓ ଢେଙ୍କାନାଳରେ ମାମଲା ରୁଜୁ ହୋଇନି ।

ବୋର୍ଡର ନିର୍ଦ୍ଦେଶ ଅନୁସାରେ ବୋଡେନ୍‌ ବ୍ଲକ୍‌ ଶିକ୍ଷାଧିକାରୀ ଇନ୍ଦ୍ରମଣି ପାଣିଗ୍ରାହୀ କରଙ୍ଗାମାଲ ହାଇସ୍କୁଲ ଓ ଲିଟିସର୍ଗି ଗୋପୀନାଥ ହାଇସ୍କୁଲର ମୋଟ ୫ ଜଣଙ୍କ ନାଁରେ ଏତଲା ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଏତଲା ଦେଇଛନ୍ତି । କରଙ୍ଗାମାଲ ହାଇସ୍କୁଲର ସୁପରିଟେଣ୍ଡେଣ୍ଟ୍‌ ପ୍ରସନ୍ନ କୁମାର ପତି, ଇନିଭିଜିଲେଟର୍‌ ବିଘ୍ନରାଜ ସୁପକାର ଓ ମୁକୁନ୍ଦ ସବର ଏବଂ ଲିଟିସର୍ଗି ଗୋପୀନାଥ ହାଇସ୍କୁଲର ସୁପରିଟେଣ୍ଡେଣ୍ଟ୍‌ ସୁଶୀଲ କୁମାର ଯୋଶୀ ଓ ଇନ୍‌ଭିଜିଲେଟର୍‌ ଅର୍ଜୁନଦୋୟ ପଣ୍ଡାଙ୍କ ନାଁରେ ଏତଲା ଦିଆଯାଇଛି ।

ଗତକାଲି ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ପ୍ରଥମ ଭାଷା ପରୀକ୍ଷା ଚାଲିଥିବାବେଳେ ପ୍ରାୟ ଏକ ଘଣ୍ଟା ପରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା । ସମସ୍ତ କଡ଼ା ବ୍ୟବସ୍ଥା ସତ୍ୱେ ଭାଇରାଲ ହୋଇଥିଲା । ଏହା ପରେ ଦୁଇଟି ସ୍କୁଲରେ ଚଢ଼ାଉ କରାଯାଇଥିଲା । ଗତକାଲି ଏହି ପାଞ୍ଚ ଜଣଙ୍କୁ ନିଲମ୍ବନ କରାଯାଇଛି ।

କିନ୍ତୁ କୋରାପୁଟ ଜୟପୁର ଓ ଢେଙ୍କାନାଳ କାମାକ୍ଷାନଗର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ପ୍ରଶ୍ନ ପତ୍ର ଭାଇରାଲ ହୋଇଥିବା ଅଭିଯୋଗରେ ଏ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ।

By amfnews

Related Post