Mon. Mar 9th, 2026

ମାଞ୍ଚେଷ୍ଟର ମହାମୁକାବିଲା, ପ୍ରଥମେ ବ୍ୟାଟିଂ କରିବ ଭାରତ

240 Views

ଲଣ୍ଡନ : ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ ଭାରତ-ପାକିସ୍ତାନ ମ୍ୟାଚ। ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ଭାରତ ପ୍ରଥମେ ବ୍ୟାଟିଂ କରିବ। ଆହତ ଶିଖର ଧଓ୍ୱନଙ୍କ ସ୍ଥାନରେ ବିଜୟ ଶଙ୍କର ଖେଳିବେ। ଓପନିଂ ରୋହିତ ଶର୍ମାଙ୍କ ସହ ଲୋକେଶ ରାହୁଲ କରିବେ। ଚତୁର୍ଥ ସ୍ଥାନରେ ବିଜୟ ଶଙ୍କର ବ୍ୟାଟଂ କରିବେ ବୋଲି ଜଣାପଡ଼ିଛି।

ଇଂଲଣ୍ଡର ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପାଇଁ ସାରା ବିଶ୍ୱବାସୀଙ୍କ ନଜର ରହିଛି। କାରଣ ଦୁଇ ପ୍ରମୁଖ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଏବଂ ପରସ୍ପରର ଶତ୍ରୁ ଅଟନ୍ତି ଏହି ଦୁଇ ଦେଶ।
ଆଜି ସକଳେ ପାଗ ଶୁଖିଲା ରହିଥିବା ବେଳେ ଟସ୍ ପଡ଼ିବା ବେଳକୁ ପାଗ ଶୁଖିଲା ରହିଛି। ଅପରାହ୍ନ ୫ଟା, ରାତି ୮ ଏବଂ ୯ଟାରେ ମେଘ ହେବ ବୋଲି ଆକଳନ କରାଯାଉଛି। ତେଣୁ ୫୦ ଓଭର ମ୍ୟାଚ ହେବା ଆଶା କମ୍ ବୋଲି ଜଣାପଡ଼ିଛି।

ବିଶ୍ୱକପରେ ଏହି ଦୁଳ ସପ୍ତମ ଥର ପାଇଁ ମୁହାଁମୁହିଁ ହେବେ। ପୂର୍ବରୁ ମୋଟ ୬ଥର ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ଦଳ। ସମସ୍ତ ମ୍ୟାଚ ଭାରତ ସପକ୍ଷରେ ଯାଇଛି। ମ୍ୟାଚ ପୂର୍ବରୁ ପୂର୍ବତନ କ୍ରିକେଟର ତଥା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଟ୍ୱିଟ୍ କରି କହିଛନ୍ତି ଭାରତର ପଲା ଭାରି ରହିଛି। କିନ୍ତୁ ନିରୁତ୍ସାହିତ ନହୋଇ ଅନ୍ତିମ ବଲ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି। ସମସ୍ତ ପାକିସ୍ତାନବାସୀଙ୍କ ଆଶୀର୍ବାଦ ରହିଛି ବୋଲି ଟ୍ୱିଟ୍ କରି ନିଜ ଦେଶର ଖେଳାଳିଙ୍କ କହିଛନ୍ତି ଇମ୍ରାନ୍।

By amfnews

Related Post