Thu. Jan 16th, 2025

ମାଓବାଦୀ ମାଗିଲେ କ୍ଷମା, “ପୁଲିସ ସହ ସାମ୍ବାଦିକ ଥିବା ଜାଣି ନଥିଲୁ”………….

By amfnews Nov 4, 2018 #Featured
122 Views

ମାଲକାନଗିରି, ନଭେମ୍ବର,୪: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେବାଡା ଆକ୍ରମଣରେ ମାଓବାଦୀ ମାନେ ସ୍ଵୀକାର କରି କହିଲେ କି ସୁରକ୍ଷାକର୍ମୀଙ୍କ ପାଇଁ ଆମ୍ବୁସ ଲଗାଯାଇଥିଲା।ଯେଉଁଥିରେ ସାମ୍ବାଦିକ ମାନେ ଫସିଗଲେ।
ଛତିଶଗଡର ଦନ୍ତେବାଡା ଅନ୍ତର୍ଗତ ନିଲାବାୟା ଠାରେ ଘଟିଥିବା ମାଓବାଦୀ ଆକ୍ରମଣ ଘଟଣା ପରେ ମାଓବାଦୀ ମାନେ ଏକ ପତ୍ର ଜାରି କରିଛନ୍ତି।ପତ୍ରରେ ପୁଲିସ ର ନିର୍ଯାତନା ଓ ସଡକ ନିର୍ମାଣ ସମୟରେ ଅନେକ ଗାଁର ଲୋକଙ୍କ ଫସଲ ନଷ୍ଟ ହୋଇଥିବା ଉଲ୍ଲେଖ ରହିଛି।ପତ୍ର ଅନୁସାରେ ଗ୍ରାମବାସୀ ରାସ୍ତା ନିର୍ମାଣକୁ ବିରୋଧ କରିବାରୁ ପୁଲିସ ସେମାନଙ୍କୁ ମାରପିଟ କରିଥିବା ଅଭିଯୋଗ କରିଛନ୍ତି।ମାଓବାଦୀ ମାନେ ସ୍ଵୀକାର କରିଛନ୍ତି ଯେ ଆମ୍ବୁସ ଲଗେଇବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିବା ଜାଣି ନଥିଲୁ।
ମାଓବାଦୀ ମାନେ ପତ୍ର ମାଧ୍ୟମରେ ଡିଡି ନ୍ୟୁଜର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁ ଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି।ମାଓବାଦୀ ମାନେ ସର୍ବଦା ସାମ୍ବାଦିକ ମାନଙ୍କୁ ନିଜର ବନ୍ଧୁ ବୋଲି ଲେଖିଛନ୍ତି।ଏହା ସହିତ ବସ୍ତରରେ ସମ୍ବାଦ ସଂଗ୍ରହ ପାଇଁ ପୁଲିସ ସହ ନ ଆସିବାକୁ ସତର୍କ କରିଥିବା ପତ୍ରରେ ଲେଖା ଅଛି।ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାଓବାଦୀ) ର ଦରଭା ଡିଭିଜନ କମିଟି ତରଫରୁ ଏହି ପତ୍ର ଜାରି କରିଥିବା କୁହାଯାଇଛି।ମାଓବାଦୀ ମାନେ  ସୁରକ୍ଷାକର୍ମୀଙ୍କ ପାଇଁ ଆମ୍ବୁସ ଲଗାଇଥିବା ମାନିଥିବା ବେଳେ ଏଥିରେ ଗଣମାଧ୍ୟମ ପ୍ରତିନିଧିମାନେ ଫସି ଯାଇଥିଲେ।ପତ୍ରରେ ଉଲ୍ଲେଖ ରହିଛି ଯେ ପୁଲିସ ଦ୍ୱାରା ଦୁଷ୍ପ୍ରଚାର କରାଯାଉଛି କି ମାଓବାଦୀ ମାନେ ସାମ୍ବାଦିକଙ୍କୁ ଟାର୍ଗେଟ କରିଛନ୍ତି କିନ୍ତୁ ବାସ୍ତବରେ ସାମ୍ବାଦିକ ମାନେ ଆମର ବନ୍ଧୁ।
ପ୍ରକାଶ ଥାଉକି ବିଗତ ମଙ୍ଗଳବାର ଦିନ ଦନ୍ତେବାଡା ଅରନପୁର ଥାନା ଅନ୍ତର୍ଗତ ନିଲାବାୟା ଜଙ୍ଗଲରେ ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବା ଡିଡି ନ୍ୟୁଜ ର ସାମ୍ବାଦିକଙ୍କ ଉପରେ ମାଓବାଦୀ ମାନେ ଆକ୍ରମଣ କରିଥିଲେ।ମାଓବାଦୀ ପୁଲିସ ଗୁଳି।ବିନିମୟ ହୋଇଥିଲା, ଏଥିରେ ସୁରକ୍ଷାକର୍ମୀ ଙ୍କ ୨ ଯବାନ ସହିଦ ହୋଇଥିବା ବେଳେ ଡିଡି ନ୍ୟୁଜ କ୍ୟାମେରାମ୍ୟାନ ମଧ୍ୟ ପ୍ରାଣ ହରାଇଥିଲେ।

By amfnews

Related Post