Sun. Dec 29th, 2024

ମହେନ୍ଦ୍ର ସିଂହ ଧୋନୀଙ୍କ ଅବସର: ଜାଣନ୍ତୁ ବିସିସିଆଇର ପ୍ରତିକ୍ରିୟା, କ’ଣ କହିଲେ ଗାଙ୍ଗୁଲି

By amfnews Aug 16, 2020 #Featured
120 Views

ନୂଆଦିଲ୍ଲୀ, ଅଗଷ୍ଟ ୧୬ : ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଅନ୍ତର୍ଜାତୀୟ କ୍ରିକେଟରୁ ଶନିବାର ଅବସର ନେଇଥିବା  ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଶଂସା କରିଛନ୍ତି । ଧୋନୀ ଏବଂ ସୁରେଶ ରୈନା ଗୋଟିଏ ଦିନରେ କ୍ରିକେଟରୁ ଅବସର ନେଇ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଉଭୟ କ୍ରିକେଟର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅବସର ନେଇ ଗତକାଲି ଘୋଷଣା କରିଥିଲେ । ପ୍ରଥମେ ଧୋନୀ ଅବସର ଘୋଷଣା କରିଥିଲେ । ଏହାର ଅଳ୍ପ ସମୟ ପରେ ରୈନା କ୍ରିକେଟକୁ ଅଲବିଦା କହିଥିଲେ ।

ସୌରଭ ଗାଙ୍ଗୁଲି ବିସିସିଆଇ ତରଫରୁ ଏକ ବୟାନରେ କହିଛନ୍ତି, ଏହା ଏକ ଯୁଗର ଶେଷ ହୋଇଛି । ସେ ଭାରତ ଏବଂ ବିଶ୍ୱକପ ପାଇଁ ଜଣେ ଭଲ ଖେଳାଳି ଥିଲେ । ତାଙ୍କର ଅଧିନାୟକତ୍ୱ ଦଳକୁ ଭିନ୍ନ ଏକ ପ୍ରକାରର କ୍ଷମତା ଯୋଗାଉଥିଲା । ତାଙ୍କୁ ଅନ୍ୟମାନଙ୍କ ସହିତ ତୁଳନା କରିବା ଠିକ ହେବ ନାହିଁ ।

ପ୍ରାରମ୍ଭିକ କ୍ୟାରିୟରରେ ଧୋନୀଙ୍କ ବ୍ୟାଟିଂ ଶୈଳୀ ଯେକୌଣସି ପ୍ରଶଂସକଙ୍କୁ ରୋମାଂଚିତ କରୁଥିଲା । ସେ ଜଣେ ୱିକେଟ ରକ୍ଷକ ଭାବେ ମଧ୍ୟ ଭଲ ନାଁ ଓ ରେକର୍ଡ କରିଛନ୍ତି । ତାଙ୍କ ଭଳି ନେତୃତ୍ୱ ଦଳକୁ ଶକ୍ତି ଯୋଗାଇଥାଏ । ତାଙ୍କର ଏକ ଭଲ କ୍ୟାରିୟର ରହିଛି । ତାଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ଗାଙ୍ଗୁଲି କହିଛନ୍ତି ।

ମହୋନ୍ଦ୍ର ସିଂହ ଧୋନୀ ୨୦୦୪ରେ କ୍ରିକେଟରେ ପଦାର୍ପଣ କରିଥିଲେ । ପରେ ବିଶ୍ୱକପ କ୍ରିକଟେରେ ଅଧିନାୟକ ହୋଇ ୨୦୦୭ରେ ଟି-୨୦ରେ ବିଶ୍ୱକପ ବିଜେତା ହୋଇଥିଲେ । ସେହିପରି ୨୦୧୧ରେ ତାଙ୍କ ନେତୃତ୍ୱରେ ଭାରତ ଆଇସିସି ଦିନିକିଆ ବିଶ୍ୱକପ ଟାଇଟଲ ଚାମ୍ପିଅନ ହୋଇଥିଲା । ସେହିପରି ଏହାର ୨ ବର୍ଷ ପରେ ଭାରତ ଆଇସିସି ଚାମ୍ପିଅନସିପ ଟ୍ରଫି ମଧ୍ୟ ଜିତିଥିଲା, ଏହାର ନେତୃତ୍ୱ ନେଇଥିଲେ ଏମଏସ ଧୋନୀ ।

ସୂଚନାଯୋଗ୍ୟ, ଧୋନୀ ଅଧିନାୟକ ଭାବେ ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ସେ ଅଧିନାୟକ ଭାବେ ୩୩୨ ଟି ମ୍ୟାଚ ଖେଳିଥିଲେ । ଭାରତ ପାଇଁ ୩୫୦ ଦିନିକିଆ, ୯୦ଟି ଟେଷ୍ଟ ଓ ୯୮ଟି ଟି-୨୦ ମ୍ୟାଚ ଖେଳିଥିଲେ ।

By amfnews

Related Post