Mon. Mar 17th, 2025

ମହିଳା ସଶକ୍ତିକରଣ କ୍ଷେତ୍ରରେ ବିଜେଡିର ପ୍ରମୁଖ ଭୂମିକା ରହିଛି – ସୁବ୍ରତ ଦଳ ପକ୍ଷରୁ ମହିଳା ସମାବେଶ

By amfnews Nov 2, 2018 #Featured
117 Views

ରାଉରକେଲା, ୧ା୧୧  : ରାଜ୍ୟର ତୃଣମୂଳ ସ୍ତରରେ ମହିଳାମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ବିଜେଡି ନେତୃତ୍ୱାଧିନ ସରକାରଙ୍କ ପ୍ରମୁଖ ଭୂମିକା ରହିଛି ବୋଲି ରଘୁନାଥପାଲୀ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ସୁବ୍ରତ ତରାଇ ମତବ୍ୟକ୍ତ କରିଛନ୍ତି । ଆଜି ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ସଭାନେତ୍ରୀ ଇନ୍ଦିରା ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସେକ୍ଟର-୧୮ ସୋସିଆଲ ହୋମ ଠାରେ ଏକ ବିଶାଳ ମହିଳା ସମାବେଶର ଆୟୋଜନ ହୋଇଥିଲା ।

ଏହି ସମାବେଶରେ ସ୍ଥାନୀୟ ବିଧାୟକ ଶ୍ରୀ ତରାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ଅତୀତରେ ଅନ୍ଧବିଶ୍ୱାସ ନାରୀ ସମାଜକୁ କଳୁଷିତ କରୁଥିଲା । କିନ୍ତୁ ସମ୍ପ୍ରତି ନାରୀ ପ୍ରମାଣ କରିଦେଇଛନ୍ତି ଯେ, ସେମାନେ ପୁରୁଷ ଠାରୁ କୌଣସି କ୍ଷେତ୍ରରେ କମ୍ ନୁହଁନ୍ତି । ମହିଳାଙ୍କ ଉନ୍ନତିରେ ରାଜ୍ୟର ପ୍ରଗତି ସମ୍ଭବ । ସେମାନଙ୍କ ସାମଗ୍ରୀକ ବିକାଶ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱରେ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି । ମିଶନ ଶକ୍ତି ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପର୍ଯ୍ୟାପ୍ତ ଆର୍ôଥକ ସହାୟତା ପ୍ରଦାନ କରାଯାଉଛି ।

ମହିଳାମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନାର ସଫଳତା ଯେପରି ସମସ୍ତଙ୍କ ନିକଟରେ ପହଞ୍ôଚ ପାରିବ ସେଥିପାଇଁ ଉଦ୍ୟମ କରିବାକୁ ବିଧାୟକ ଶ୍ରୀ ତରାଇ ଉପସ୍ଥିତ ସଦସ୍ୟାମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସମାବେଶରେ ବିଜେଡି ରାଜ୍ୟ ସମ୍ପାଦକ ଆନନ୍ଦ ଚନ୍ଦ୍ର ମହାନ୍ତି ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ଅଧିନରେ ମହିଳାମାନଙ୍କୁ ସଙ୍ଗଠିତ କରାଯାଇ ସେମାନଙ୍କ ଅର୍ଥନୈତିକ ଓ ସାମାଜିକ ସଶକ୍ତିକରଣ ପାଇଁ ଯେଉଁସବୁ ଯୋଜନା କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ ବିବରଣୀ ପ୍ରଦାନ କରିବା ସହ ଏହାର ସୁଫଳ ଯେପରି ପ୍ରତ୍ୟେକ ହିତାଧିକାରୀ ପାଇପାରିବେ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ ।

ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀର ଦଳୀୟ ମହିଳା ସଭାନେତ୍ରୀ ଶ୍ରୀମତୀ ନାୟକ ରାଜ୍ୟ ସରକାରଙ୍କ ପକ୍ଷରୁ ମାତୃ ଗର୍ଭସ୍ଥ ଶିଶୁ ଠାରୁ ଆରମ୍ଭ କରି ମମତା ଯୋଜନାରୁ ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେବା ସହ ଆଗାମୀ ଦିନରେ ମହିଳା ସଙ୍ଗଠନକୁ କିପରି ମଜବୁତ କରାଯାଇପାରିବ ସେଥିପ୍ରତି ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ସମାବେଶରେ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ନଗର ସଭାପତି ସୁଧୀର ସୁନ୍ଦରରାୟ, ରାଜ୍ୟ ସମ୍ପାଦିକା ମିନତୀ ଦେବତା, ଜିଲା ପରିଷଦ ସଦସ୍ୟା ପ୍ରତିମା ରାଉତ, ରାଉରକେଲା ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ରଶ୍ମିବାଳା ମିଶ୍ର, ଲାଠିକଟା ବ୍ଲକ୍ ଅଧ୍ୟକ୍ଷା ରଞ୍ଜିତା ଖାଲକୋ, ବରିଷ୍ଠ ନେତ୍ରୀ ମିନତୀ ବିଶ୍ୱାଳ, ଦଳ ଜିଲା କାର୍ଯ୍ୟକାରୀ ସଭାନେତ୍ରୀ ଆରତୀ ଚୌଧୁରୀ, ସନ୍ଧ୍ୟା ଲାକ୍ରା ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ମହିଳା କଲ୍ୟାଣ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ସେଗୁଡିକର କାର୍ଯ୍ୟକାରିତା କ୍ଷେତ୍ରରେ ମହିଳାମାନେ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ ।

ସମାବେଶରେ ବିଭିନ୍ନ କ୍ଷେତ୍ରରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ରାଉରକେଲାର ପ୍ରତିଭା ମହିଳା ଆଶାଲତା ଷଡଙ୍ଗୀଙ୍କୁ ଦଳ ପକ୍ଷରୁ ମଞ୍ଚାସୀନ ଅତିଥିବୃନ୍ଦ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ଦଳୀୟ ମହିଳା କର୍ମୀମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିବା ବେଳେ ପ୍ରତିମା ରାଉତ, ଆଶାମଣି ଦାସ, ସୁଭଦ୍ରା ପ୍ରଧାନ, ଉମା ନାୟକ, ଜୟନ୍ତୀ ନାୟକ ଓ ରଞ୍ଜିତା ପଢିହାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

By amfnews

Related Post