Sun. Mar 8th, 2026

ମହିଳା ସଂରକ୍ଷଣ ପ୍ରସଙ୍ଗ: ଦେବେଗୌଡ଼ାଙ୍କୁ ଭେଟିଲେ ବିଜେଡି ପ୍ରତିନିଧି

189 Views

ଭୁବନେଶ୍ବର, ଜାନୁଆରୀ ୧୧ : ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ବିଜେଡିର ଏକ ପ୍ରତିନିଧି ଦଳ ଆଜି ବେଙ୍ଗାଲୁରୁରେ ଜନତା ଦଳ(ଏସ୍‌)ର ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ାଙ୍କୁ ଭେଟିଛନ୍ତି। ପ୍ରତିନିଧି ଦଳ‌େର ସାଂସଦ ନଗେନ୍ଦ୍ର ପ୍ରଧାନ ଓ ରବୀନ୍ଦ୍ର କୁମାର ଜେନା ସାମିଲ ହୋଇଥିଲେ।

ସେମାନେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଲେଖିଥିବା ପତ୍ର ହସ୍ତାନ୍ତର କରିବା ସହ ଏହି ପ୍ରସଙ୍ଗରେ ନୀତିଗତ ସମର୍ଥନ ଲୋଡ଼ିଥିଲେ। ଶ୍ରୀ ପଟ୍ଟନାୟକଙ୍କ ଏହି ଉଦ୍ୟମକୁ ଶ୍ରୀ ଦେବେଗୌଡ଼ା ସ୍ବାଗତ କରିବା ସହ ସଫଳତା କାମନା କରିଥିଲେ। ସୂଚନାଯୋଗ୍ୟ ଯେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ପ୍ରତିନିଧି ଦଳମାନେ ଦେଶର ୨୨ଟି ଜାତୀୟ ଓ ଆଞ୍ଚଳିକ ଦଳମାନଙ୍କୁ ଭେଟି ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ସମର୍ଥନ ସଂଗ୍ରହ କରୁଛନ୍ତି।

By amfnews

Related Post