169 Views
ଭୁବନେଶ୍ୱର, ସେପ୍ଟେମ୍ବର ୧୧: ଗତ ତିନିବର୍ଷ ମଧ୍ୟରେ ରାଜ୍ୟରେ ୭୫ଟି ନୂଆ ମଦ ଦୋକାନ ଖୋଲିଥିବାବେଳେ ମହିଳାମାନେ ୪୫ଟି ମଦ ଦୋକାନକୁ ବାଡେଇ ଭାଙ୍ଗି ଦେଇଛନ୍ତି । ଏଥି ସହିତ ମହିଳାଙ୍କ ବିରୋଧ ଯୋଗୁଁ ୨୨ଟି ମଦଦୋକାନ ସମ୍ପୂର୍ଣ୍ଣ ବନ୍ଦହୋଇ ଯାଇଛି ।
ମହିଳାମାନଙ୍କ ଦ୍ୱାରା ମଦ ଦୋକାନ ଭଙ୍ଗାଯିବା ଓ ମଦ ରାଜସ୍ୱ ସଂଗ୍ରହ ସଂକ୍ରାନ୍ତରେ କଂଗ୍ରେସ ବିଧାୟକ କୈଳାଶ ଚନ୍ଦ୍ର କୁଳେଶିକା ପଚାରିଥିବା ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି, ଗତ ତିନିବର୍ଷ ଭିତରେ ରାଜ୍ୟରେ ୭୫ଟି ନୂଆ ମଦଦୋକାନ ଖୋଲିଛି । ଏଥି ମଧ୍ୟରୁ ସର୍ବାଧିକ ୨୯ଟି ରହିଛି ଖୋର୍ଧା ଜିଲ୍ଲାରେ ।