104 Views
ନୂଆଦିଲ୍ଲୀ, ଡିସେମ୍ବର ୧୮: ଫତେଫୁର ସିକ୍ରୀର ବିଜେପି ବିଧାୟକ ଚୌଧୁରୀ ଉଦୟନାଥ ସିଂହଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ବିଜେପି ବିଧାୟକ ଉପଜିଲ୍ଲାଅଧିକାରୀ ଗରିମା ସିଂହକୁ ଧକମ ଦେଉଥିବାର ନଜର ଆସିଛନ୍ତି । ବିଧାୟକଙ୍କର ଏହି ରୂପ ଦେଖି ସେଠାରେ ଉପସ୍ଥିତ ଥିବା ସମର୍ଥକ ମଧ୍ୟ ହୋ ହାଲ୍ଲା କରିଥିଲେ ।
ଏପ୍ରିଲରେ ହୋଇଥିବା ଝଡ ତୋଫାନ ଓ ବର୍ଷାରେ ପ୍ରଭାବିତ ହୋଇଥିବା ତହସିଲ କେରାବଲୀର କୃଷକଙ୍କୁ କ୍ଷତିପୂରଣ ଦେବା ପାଇଁ ବିଜେପି ବିଧାୟକ ଚୌଧୁରୀ ଉଦୟନାଥ ସିଂହ ଲଖନଉ ଯାଇଥିଲେ । ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସାକ୍ଷାତ କରି କ୍ଷତିପୂରଣ ରାଶି ସ୍ୱୀକୃତି କରାଇଥିଲେ ।
ରାଗରେ ଥିବା ବିଧାୟକ ଏସଡିଏଙ୍କୁ ଏହା ମଧ୍ୟ ଏଡା ମଧ୍ୟ କରିଥିଲେ କି, ନିଜ କାର୍ଯ୍ୟାଳୟକୁ ଯାଆନ୍ତୁ । ଏହି ସମୟରେ ଏସଡିଏମ ମଧ୍ୟ କହିଛନ୍ତି କି, ଆପଣ ଏହିଭଳି କର୍ଥାବାର୍ତା କରିପାରିବେ ନାହିଁ । କିନ୍ତୁ ବିଧାୟକଙ୍କ ସମର୍ଥକ ହୋ ହାଲ୍ଲାରେ ତାଙ୍କ ମହିଳାଙ୍କ କଥାକୁ କେହି ଶୁଣିଲେ ନାହିଁ ।