Sat. Mar 7th, 2026

ମହିଳାଙ୍କ ଭିଡିଓ ଉଠାଉଥିବା ବେଳେ ଧରାପଡ଼ିଲେ

190 Views

ଜଳେଶ୍ୱର : ମହିଳାଙ୍କ ଭିଡିଓ ଉତ୍ତୋଳନ କରିବା ମହଙ୍ଗା ପଡ଼ିଲା। ତିନି ଜଣ ଯୁବକଙ୍କୁ ଗାଁ ଲୋକେ ଏକ ଖୁଣ୍ଟରେ ବାନ୍ଧି ସର୍ବସମ୍ମୁଖରେ ବସ୍ ଉଠ କରାଇଛନ୍ତି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ। ଏହି ତିନି ଅଭିଯୁକ୍ତ ଯୁବକ ହେଲେ ବିକାଶ ଦତ୍ତ,ମୁନା ପ୍ରଧାନ ଓ ପରେଶ ଦତ୍ତ। ସେମାନଙ୍କ ଘର ଗୁନେଇବସାଣ ଗାଁରେ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏହି ୩ ଜଣ ଯୁବକ ଜଣେ ମହିଳାଙ୍କ ଅଜାଣତରେ ଭିଡିଓ ଉତ୍ତୋଳନ କରୁଥିଲେ। ଏନେଇ ମହିଳା ଜଣଙ୍କ ଜାଣି ପାରି ସେ ତାଙ୍କ ପରିବାର ଲୋକଙ୍କୁ କହିଥିଲେ। ଏହାପରେ ପରିବାରଲୋକେ ଓ ଗାଁଲୋକେ ମିଶି ଏହି ତିନି ଜଣ ଯୁବକଙ୍କୁ କାବୁ କରି ଉଠବସ କରିବା ସହିତ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଗାଁଲୋକେ ଏହି ତିନି ଜଣ ଯୁବକଙ୍କୁ ୬ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି। ତେବେ ଏନେଇ ପୁଲିସରେ ଅଭିଯୋଗ ହୋଇ ନଥିବା ବେଳେ ସମ୍ପୃକ୍ତ ଯୁବକମାନଙ୍କୁ ଗ୍ରାମବାସୀ ଅଟକ ରଖିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ତିନିମାସ ହେଲା ଏହି ଯୁବକମାନେ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଛି।

By amfnews

Related Post