123 Views
ରାଉରକେଲା, ୮ା୧୦ : ସକାଳ ସାଢ଼େ ୬ଟା ବେଳେ ଫୁଲ ତୋଳୁଥିବା ଜଣେ ମହିଳା ଲୁଟ୍ର ଶିକାର ହୋଇଛନ୍ତି । ଛେଣ୍ଡ କଲୋନୀ ପ୍ରଥମ ଫେଜ୍ ଅନ୍ତର୍ଗତ ଏଲ୍/୩୪ରେ ପ୍ରତାପ କୁମାର ପରିଡ଼ା ପରିବାର ସହିତ ରହୁଛନ୍ତି । ସକାଳ ପ୍ରାୟ ସାଢ଼େ ୬ଟା ବେଳେ ତାଙ୍କ ପତ୍ନୀ ରେଣୁବାଳା ପରିଡ଼ା ଘର ପାଖରେ ଫୁଲ ତୋଳୁ ଥିଲେ । ଏହି ସମୟରେ ଏକ ମୋଟର ସାଇକେଲରେ ଦୁଇ ଜଣ ଯୁବକ ଆସି ତାଙ୍କ ବେକରୁ ଦୁଇ ଭରି ଓଜନର ଏକ ସୁନା ଚେନ ଝାମ୍ପି ନେଇଥିଲେ । ଶ୍ରୀମତୀ ପରିଡ଼ା ଲୋକମାନଙ୍କୁ ଡାକ ପକାଇଥିଲେ । ଏହି ସମୟରେ ଦୁଇ ଲୁଟିଆ ମୋଟର ସାଇକେଲରେ ଦ୍ରୁତ ଗତିିରେ ବାଇକ୍ ଚଳାଇ ଫେରାର ହୋଇ ଯାଇଥିଲେ ।