194 Views
ରାଉରକେଲା, ୧୮/୭ : ପ୍ରଧାନମନ୍ତ୍ରୀଙ୍କ ଉଜ୍ଜାଲା ଯୋଜନାରେ ହାତିବାଡ଼ି ପଞ୍ଚାୟତର ଗରିବ ମହିଳାମାନଙ୍କୁ ନିଃଶୁକ୍ଳରେ ଘରୋଇ ଗ୍ୟାସ ବିତରଣ କରାଯାଇଛି । ଏହି କାର୍ଯ୍ୟକ୍ରମ ହାତିବାଡ଼ି ମଣ୍ଡଳ ପ୍ରତିନିଧି ଜେ.ଏସ୍ ପ୍ରସନ୍ନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ଏହି ଯୋଜନାରେ ପ୍ରାୟ ୩୦ରୁ ଊଦ୍ଧ୍ୱର୍ ମହିଳାଙ୍କୁ ଗ୍ୟାସ ବିତରଣ କରାଯାଇଛି ।
ଏଥିସହ ମହିଳା ମାନଙ୍କୁ ଗ୍ୟାସର ବ୍ୟବହାର ଓ ତାର ଉପକାରିତା ବିଷୟରେ ଦଳର ବିଭିନ୍ନ କର୍ମକର୍ତ୍ତା ନିଜ ନିଜର ମତ ରଖିଥିଲେ । କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶଙ୍କର ଓରାମ, ବିଜେପି ଯୁବାମୋର୍ଚ୍ଚା ସଭାପତି ଦେବେନ୍ଦ୍ର ବିରଗଣ୍ଠିଆ, ବୀରମିତ୍ରପୁର ମଣ୍ଡଳ ଉପସଭାପତି ଉଗ୍ରନାରାୟଣ ଝା ଉପସ୍ଥିତ ଥିଲେ ।