Sat. Mar 7th, 2026

ମହାରାଷ୍ଟ୍ର: ଗୁରୁବାର କରୋନାରେ ୨୫ ଜଣଙ୍କର ମୃତ୍ୟୁ, ୨୨୯ ନୂଆ ଆକ୍ରାନ୍ତ

275 Views

ମୁମ୍ୱାଇ : ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗୁରୁବାର ଗୋଟିଏ ଦିନରେ ୨୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୬୪ ଛୁଇଁଛି। ମୋଟ୍ ୯୭ ଜଣଙ୍କର ମୃତ୍ୟୁ ଘଟିଛି।

ମହାରାଷ୍ଟ୍ରରେ ବୁଧବାର ୧୫୦ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ୧୮ ଜଣଙ୍କର ମୃତ୍ୟୁ ଘଟିଥିଲା। ଗୁରୁବାର ରାଜ୍ୟରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବା ପରେ ଏହାକୁ ଏବେ ‘ଜାତୀୟ ରେକର୍ଡ’ ବୋଲି ସରକାରୀ ଭାବରେ କୁହାଯାଉଛି। ବୁଧବାର ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬.୨ ପ୍ରତିଶତ ବଢ଼ୁଥିବା ଦେଖିବାକୁ ମିଳିଥିବା ବେଳେ ଗୁରୁବାର ଏହା ୭.୧ ପ୍ରତିଶତ ହୋଇଛି।

ଗୁରୁବାର ଯେଉଁ ୨୫ ଜଣଙ୍କର ମୃତ୍ୟୁ ଘଟିଛି ସେଥିମଧ୍ୟରୁ ୧୦ ଜଣ ପୁଣେର। ଏବେ ରାଜ୍ୟରେ ମୋଟ୍ ୯୭ ଜଣଙ୍କର ମୃତ୍ୟୁ ଘଟିଛି। ଯଦି ହାରାହାରି ଦେଖିବା ତାହେଲେ ପ୍ରତି ୩ କିଲୋମିଟର ଭିତରେ ଜଣେ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ସେହିପରି ମୁମ୍ୱାଇରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ଗୁରୁବାର ଦିନ ମୁମ୍ୱାଇ ସହରରେ ମୋଟ୍ ୧୬୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସହରରୁ କେବଳ ୮୭୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

By amfnews

Related Post