Mon. Jan 13th, 2025

ମହାରାଷ୍ଟ୍ରରେ ଏନସିପି-କଂଗ୍ରେସ ମଧ୍ୟରେ ୪୦ ଲୋକସଭା ଆସନରେ ଆସନ ବୁଝାମଣା ହୋଇଛି- ପ୍ରଫୁଲ ପଟେଲ

By amfnews Jan 5, 2019 #Featured
109 Views

ମୁମ୍ବାଇ, ଜାନୁଆରୀ ୦୫ : ଆଗାମୀ ୨୦୧୯ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ କଂଗ୍ରେସ ଓଏନସିପି ମଧ୍ୟରେ ମେଣ୍ଟ ହେବ। ବର୍ତ୍ତମାନ ସୁଦ୍ଧା ୪୦ଟି ଲୋକସଭା ଆସନ ପାଇଁ ଆସନ ବୁଝାମଣା ଶେଷ ହୋଇଛି। ବଳକା ୮ଟି ସିଟ୍‌ ପାଇଁ ଖୁବ୍‌ ଶୀଘ୍ର ଦଳର ବରିଷ୍ଠ ନେତାମାାନେ ବସି ସ୍ଥିର କରିବେ ବୋଲିି ଏନସିପିର ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ କହିଛନ୍ତି।

View image on Twitter

ANI

@ANI

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏନସିପି ନେତା ଶ୍ରୀ ପଟେଲ କହିଛନ୍ତି ଯେ ମହରାଷ୍ଟ୍ରର ୪୮ଟି ଲୋକସଭା ଆସନ ମଧ୍ୟରୁ ୪୦ ଟି ଆସନରେ ଉଭୟ କଂଗ୍ରେସ ଓ ଏନସିପିର ମେଣ୍ଟର ମିଳିତ ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲିି ସ୍ଥିର ହୋଇଛି। ଅବଶିଷ୍ଟ ୮ଟି ଆସନ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇ ନାହିଁ। ଶ୍ରୀ ପଟେଲଙ୍କ ଏହି ବୟାନ ପରିପ୍ରେକ୍ଷୀରେ ଆଗାମୀ ଦିନରେ ମହାରାଷ୍ଟ୍ରରେ ପୁଣି ଥରେ ଏନସିପି ଓ କଂଗ୍ରେସ ମେଣ୍ଟ ହେବାକୁ ଯାଉଥିବା ସ୍ପଷ୍ଟ ହୋଇଛି। ତେବେ ମେଣ୍ଟର ରୁପରେଖ ଅବଶିଷ୍ଟ ୮ଟି ଲୋକସଭା ଆସନ ଉପରେ ଆସନ ବୁଝାମଣା ପରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

By amfnews

Related Post