Sat. Mar 7th, 2026

ମହାବୀର ଫେରୋ କମ୍ପାନୀ ସଂପ୍ରସାରଣ ସମ୍ପର୍କିତ ଜନଶୁଣାଣି ଅଞ୍ଚଳବାସୀଙ୍କ ବିରୋଧ ଯୋଗୁଁ ବାତିଲ

193 Views

ରାଉରକେଲା, ୨୯ା୧୦ : ବ୍ରାହ୍ମଣୀତରଙ୍ଗା ଥାନା ଅଞ୍ଚଳର କଲୁଙ୍ଗା ନିକଟରେ ଥିବା ମାରେଙ୍ଗପିଢ଼ି ଠାରେ ଥିବା ମହାବିର ଫେରୋ ଏଣ୍ଡ ଆଲଏଜ ନାମକ ଏକ ଘରୋଇ କାରଖାନାର ସଂପ୍ରସାରଣ ପାଇଁ ରାଜ୍ୟ ପ୍ରଦୂଷଣ ବିଭାଗ ପକ୍ଷରୁ ଗତ ଶୁକ୍ରବାର ଦିନ କଲୁଙ୍ଗା ନିକଟସ୍ଥ ଖଡିଆଟୋଲା ଠାରେ ହୋଇଥିବା ଆୟୋଜନକୁ ସ୍ଥାନୀୟ ଜନସାଧାରଣ ବିରୋଧ କରିବା କାରଣରୁ ପ୍ରଶାସନ ଜନଶୁଣାଣୀ ସ୍ଥାନକୁ ନିକଟରେ ଥିବା ଆଇଡିସି ସ୍ଥିତଖେଳ ପଡିଆକୁ ସ୍ଥାନାନ୍ତରକୁ କରିଥିଲେ ।

ତେବେ ଏଠି ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀ ଶତାଧିକ ସଂଖ୍ୟାରେ ଆସି ଜନଶୁଣାଣୀକୁ ବିରୋଧ କରିବାକୁ ଶେଷରେ ବାଧ୍ୟ ହୋଇ ପ୍ରଶାସନ ଜନଶୁଣାଣୀକୁ ବାତିଲ କରିଦେଇଥିବା ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ ଯେ, ଏହି ମହାବିର ଫେରୋ ସ୍ଥାପନା ବେଳେ ବିଧାୟକ ଜର୍ଜଙ୍କ ନେତୃତ୍ୱରେ ହଜାର ହଜାର ଆଦିବାସୀମାନେ ଅସ୍ତ୍ରଶସ୍ତ୍ର ଧରି ପ୍ରବଳ ବିରୋଧ କରିଥିଲେ । କିନ୍ତୁ ପ୍ରଶାସନ ପୋଲିସ ଶକ୍ତି ସମ୍ମୁଖରେ ଆଦିବାସୀମାନଙ୍କ ଆନ୍ଦୋଳନ ଚାପି ହୋଇଯାଇଥିଲା । ପରିସ୍ଥିତି ଏପରି ହୋଇଥିଲା କି ସେତେବେଳେ ଆନ୍ଦୋଳନକାରୀମାନଙ୍କୁ ପୋଲିସ ଗିରଫ କରି ଜେଲ ପଠାଇବାରୁ ବହୁ ଲୋକମାନେ ମାସ ମାସ ଧରି ଜେଲରେ ରହି ବେଲରେ ଆସିବା ପରେ ଆଜି ମଧ୍ୟ କେସ ଲଢ଼ୁଛନ୍ତି ।

By amfnews

Related Post