ଭୁବନେଶ୍ୱର, ନଭେମ୍ବର ୨୨ : ଛତିଶଗଡର ଦାଦାଗିରି ମହାନଦୀ ପାଇଁ ମହାଘାତକ ସାଜିଛି। ରାଜ୍ୟର ୧୬ଟି ଜିଲ୍ଲା ଘୋର ବିପର୍ଯ୍ୟୟ ଆଡକୁ ଟାଣି ହୋଇଗଲେଣି। ମହାନଦୀ ଟ୍ରିବ୍ୟୁନାଲ ଏବେ ଏହା ଉପରେ ଶୁଣାଣି ଆରମ୍ଭ କରିଛନ୍ତି। ସମଗ୍ର ରାଜ୍ୟବାସୀ ଏହାକୁ ନେଇ ଆଶା ଆଶଙ୍କା ଭିତରେ ଥିବା ବେଳେ ବ୍ରାହ୍ମଣୀ ନଦୀ ପ୍ରତି ଦେଖା ଦେଇଥିବା ବିପଦ ଏବେ ରାଜ୍ୟର ଆଉ କିଛି ଜିଲ୍ଲାର ଅର୍ଥନୀତିକୁ ବିଗାଡ଼ି ଦେଇପାରେ।
ଖୋଦ୍ ରାଜ୍ୟ ସରକାରଙ୍କ ଜଳସଂପଦ ବିଭାଗ ବିଧାନସଭାରେ ସ୍ବୀକାର କରିଛନ୍ତି ଯେ ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରେ ଝାଡ଼ଖଣ୍ଡ ସରକାର ୧୫ଟି ବନ୍ଧ ନିର୍ମାଣ କରିସାରିଛନ୍ତି। ଆଉ ୩ଟି ବନ୍ଧ ନିର୍ମାଣ କରିବେ। ଏହି ୧୮ଟି ପ୍ରକଳ୍ପ ମଧ୍ୟରୁ ଗୋଟିଏ ଜଳ ବିଦ୍ୟୁତ ପ୍ରକଳ୍ପ ଥିବା ବେଳେ ଆଉ ୧୭ଟି ଜଳସେଚନ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଇଛି।
ବିଧାୟକ ଦିଲିପ ରାୟ ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏଭଳି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି। ତାଙ୍କ ପ୍ରତିକ୍ରିୟାରେ ଶ୍ରୀ ରାୟ ଏକ ବିବୃତି ଦେଇ କହିଛନ୍ତି ଯେ କୋଏଲ୍ ଓ ଶଙ୍ଖ ନଦୀ ଉପରେ ଏକାଧିକ ବ୍ୟାରେଜ୍ ଯୋଗୁ ବ୍ରାହ୍ମଣୀର ଜଳ ପ୍ରବାହ ହ୍ରାସ ପାଇଛି। ସରକାର ଏ େନଇ ତୁରନ୍ତ ପଦକ୍ଷେପ ନ ନେଲେ ଆଗକୁ ଇସ୍ପାତ ନଗରୀ ରାଉରକେଲା ଉପରେ ପ୍ରଥମେ ଏହାର ସିଧାସଳଖ ପ୍ରତିକୂଳ ପ୍ରଭାବ ପଡ଼ିବ। କେବଳ ସେତିକି ନୁହେଁ ବ୍ରାହ୍ମଣୀ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ହୋଇଥିବାରୁ ଏହା ଉପରେ ରାଜ୍ୟର ବ୍ୟାପକ ଅଞ୍ଚଳରେ କୃଷି, ଶିଳ୍ପ ଓ ଜୀବିକା ନିର୍ବାହ ପାଇଁ ଲୋକେ ନିର୍ଭର କରନ୍ତି। ଅନୁଗୁଳ, େଢଙ୍କାନାଳ, ଯାଜପୁର, େକନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବକୁ ଏଡାଇ େଦଇ େହବନାହିଁ। େକବଳ େସତିକି ନୁେହଁ, ଜଳ ପ୍ରବାହ କମିବା ସହିତ ବ୍ରାହ୍ମଣୀରେ ପ୍ରଦୂଷଣ ମାତ୍ରା ମଧ୍ୟ ଉଦବେଗଜନକ ଭାବେ ବଢ଼ି ଚାଲିଛି। ପୂଣ୍ୟତୋୟା ବ୍ରାହ୍ମଣୀର ସୁରକ୍ଷା ପାଇଁ ଗଙ୍ଗା ପୁନଃରୁଦ୍ଧାର ଢାଞ୍ଚାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଗ୍ରାଧିକାର ଭିିତ୍ତିରେ କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀ ରାୟ ମତ ରଖିଛନ୍ତି।