Mon. Dec 23rd, 2024

ମହାନଦୀ ପରେ ଫୁଲିଲା ଦୟା ନଦୀ, ପିପିଲ-ଜଟଣୀ ମୁଖ୍ୟ ରାସ୍ତା ଉପରେ ବନ୍ୟା ଜଳ

By amfnews Aug 29, 2020 #Featured
403 Views

ଭୁବନେଶ୍ୱର, ଅଗଷ୍ଟ ୨୯  : ମହାନଦୀ ପରେ ଦୟାନଦୀ ଫୁଲିବାରେ ଲାଗିଛି । ହୀରାକୁଦ ଡ୍ୟାମରୁ ୪୨ଟି ଗେଟ ଦେଇ ଜଳ ନିଷ୍କାସନ ହେବା ପରେ ମହାନଦୀର ଉପନଦୀଗୁଡ଼ିକ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିବାରୁ ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମହନଦୀରେ ବନ୍ୟା ଜଳ ଆସିଥିବାରୁ ଦୟାନଦୀରେ ବନ୍ୟା ଜଳ ନିଷ୍କାସନ ହେବାରେ ଅସୁବିଧା ହୋଇଛି । ଫଳରେ ଦୟାନଦୀ ଫୁଲିବାରୁ ପାଣି ରାସ୍ତାକୁ ଆସିଛି ।

ପିପିଲି-ଜଟଣୀ ମୁଖ୍ୟ ରାସ୍ତାକୁ ଦୟାନଦୀର ପାଣି ଆସିଛି । କଣ୍ଟିଛକ ଠାରେ ୩ ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ଯାତାୟତ ଘୋର ପ୍ରଭାବିତ ହୋଇଛି । ମହାନଦୀରୁ ଉତ୍ପନ୍ନ ହୋଇଥିବା ଅନ୍ୟ ନଦୀଗୁଡ଼ିକରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ଆଶଙ୍କା ରହିଛି ।

ହୀରାକୁଦ ଡ୍ୟାମର ତଳପଟରେ ମଧ୍ୟ ପ୍ରବଳ ମାତ୍ରାରେ ଜଳ ପ୍ରବାହିତ ହେଉଛି । ମାତ୍ର ତଳପଟରେ ବର୍ଷା ଛାଡ଼ି ଯାଇଥିବାରୁ ଉପନଦୀଗୁଡ଼ିକରେ ପୂର୍ବାପେକ୍ଷା ବନ୍ୟା ଜଳ କମ ଆସୁଛି ।  ମହନଦୀରେ ଜଳ ସ୍ତର ବଢ଼ିଥିବାରୁ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ସତର୍କ ସୂଚନା ଦିଆଯାଇଛି ।

By amfnews

Related Post